ଆଜିର ଦିନରେ ଓଡିଶା କୁ କନ୍ଦେଇ ଦେଇଥିଲେ ଲୁଲୁଭାଇ

ଦ୍ୱିତୀୟ ଶ୍ରାଦ୍ଧବାର୍ଷିକି ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି:
ଯୁବଛାତ୍ର ଙ୍କୁ ପ୍ରଥମ ଥର ପାଇଁ ରାଜନୀତି ରେ ସାମିଲ କରିଥିବା ତଥା ଓଡ଼ିଶାର ଅଗଣିତ ଯୁବଛାତ୍ରଙ୍କ ପ୍ରାଣସ୍ପନ୍ଦନ, ମୁକୁଟବିହୀନ ସମ୍ରାଟ ଥିବା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଯିଏକି ସବୁବର୍ଗର ଲୋକଙ୍କ ପାଖରେ ଲୁଲୁ ଭାଇନାମରେ ପରିଚିତ ଥିଲେ I ଆଜିର ଦିନରେ ବିଗତ ଦୁଇବର୍ଷ ତଳେ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ ଏହି ନେତା ଜଣଙ୍କ I ଜୀବିତ ଅବସ୍ଥାରେ ଲୋକଙ୍କ ତାଙ୍କ ପ୍ରତି ଥିବା ଭଲପାଇବା କୁ ବୁଝିନଥିବା ଓଡିଶା ବାସି ସେଦିନ ଲୁଲୁଭାଇ ଙ୍କ ଦେହାନ୍ତ ରେ ସ୍ତବ୍ଧ ହେଇଯାଇଥିଲେ I ସାରା ଓଡିଶା ରେ ଚହଳ ପଡିଯାଇଥିଲା ତାଙ୍କ ମୃତ୍ୟୁ ଖବର I ନିଜ ବାସସ୍ଥାନ ବ୍ରହ୍ମଗିରି ରେ ହଜାର ହଜାର ଲୋକଙ୍କ ସୁଅ ଛୁଟିଥିଲା I ଲୋକାରଣ୍ୟ ରେ ଭରି ଯାଇଥିଲା ପୁରୀ I

ପ୍ରଥମ ଥର ପାଇଁ ଲୁଲୁଙ୍କ ପାଇଁ ଦଳ ମତ ନିର୍ବିଶେଷ ରେ ସମସ୍ତ ନେତା ତାଙ୍କ ବାସଭବନ ରେ ପହଂଚି ଏହି ଲୋକପ୍ରିୟ ନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ I ଆଜି ତାଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ରେ ପୈତୃକ ସ୍ଥାନ ବ୍ରହ୍ମଗିରି ରେ ସ୍ମୃତି ସଭା ଆୟୋଜନ କରାଯାଇଥିଲା

I 14 ଫେବୃଆରୀ 1964ରେ ଜନ୍ମ ନେଇଥିବା ଲୁଲୁ ମହାପାତ୍ର ଙ୍କର 53ବର୍ଷରେ 2016 ନଭେମ୍ବର ରେ ଶାରୀରିକ ଅସୁସ୍ଥତା ଯୋଗୁ ମୃତ୍ୟୁ ହେଇଥିଲା I

Leave a Reply

Your email address will not be published. Required fields are marked *