ଦିୱାଲୀ ରେ ଦାମ ଛାଡିଲେ ବାଣ :ବିଜୁ ବାବୁଙ୍କ ନାମରେ ହେବ ଆଉ ଏକ ନୂଆ ଦଳ

ବିଜେଡି ରୁ ବିଦାହେବା ପରେ ସବୁଠୁ ଚର୍ଚ୍ଚା ରେ ଥିବା ଦାମ ରାଉତ ଓଡିଶା ସାରା ବୁଲି ବୁଲି ଆନ୍ନା ହଜାରେ ଙ୍କ ପରି ନବୀନ ସରକାର ଙ୍କ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି ନିଜର ଦମ୍ଭ ଦେଖାଇ ନିମାପଡା ,ଖୋର୍ଦ୍ଧା ,ମାହାଙ୍ଗା ,ଢେଙ୍କାନାଳ ରେ ମହାସମାବେଶ କରିଥିଲେ I ଲୋକ ମଧ୍ୟ ପ୍ରବଳ ଜନସମର୍ଥନ ଦେଇଥିଲେ I ତେବେ ଦାମ ଙ୍କ ନୂଆ ଦଳ ଗଠନ ନେଇ ବୈଜୟନ୍ତ ଙ୍କ ସହମତି ଥିଲେ ମଧ୍ୟ ଧରା ଛୁଆଁ ଦେଉନଥିଲେ ପଣ୍ଡାବାବୁ I ନୂଆ ଦଳ କୁ ନେଇ ସମସ୍ତେ ଦୋଛକିରେ ଥିଲେ I

ତେବେ ଗତକାଲି ଦିୱାଲୀ ରେ ବାଣ ଛାଡିଛନ୍ତି ଦାମ ରାଉତ I ନୂଆ ଦଳ ଗଠନ ଖୁବ ଶୀଘ୍ର ହେବ ବୋଲି କହିଛନ୍ତି I ନୂଆ ଦଳ ର ନାମକରଣ ବିଜୁ ବାବୁଙ୍କ ନାମରେ ନାମିତ କରାଯିବ I ଯେହେତୁ ବିଜୁବାବୁଙ୍କ ନାମ ନେଇ ବିଜେଡି ଦୁର୍ନୀତି ରେ ବୁଡି ରହିଛି ସେଥିପାଇଁ ବିଜୁ ବାବୁଙ୍କ ନାମ ରେ ଆଉ ଏକ ଦଳ ଗଠନ କରି ବିଜେଡି କୁ ଟକ୍କର ଦେବା ସହିତ ସବୁ ଦୁର୍ନୀତି ଭ୍ରଷ୍ଟାଚାର ର ଗୁମର ଖୋଲି ଲୋକଙ୍କ ନିକଟତର ହେବାକୁ ଦାମ ଆଶା ବାନ୍ଧିଛନ୍ତି I

ତେବେ ଏନେଇ ଖୁବ ଶୀଘ୍ର ଏକ ବୈଠକ ଆଜି କିମ୍ବା ଆଗାମୀ ଦୁଇ ଦିନ ମଧ୍ୟରେ ବସି ସ୍ଥିର କରାଯିବ I ବୈଜୟନ୍ତ ଙ୍କ ସହମତି ମିଳିଥିଲେ ମଧ୍ୟ କିଛି ପ୍ରତିକ୍ରିୟା ଦେଇନାହାନ୍ତି ପଣ୍ଡାବାବୁ I

Leave a Reply

Your email address will not be published. Required fields are marked *