ସ୍ୱାମୀ ନଥିବା ବେଳେ ଶାଶୁଘର କୁ ଡାକି ପ୍ରେମିକ ର ଗୁପ୍ତାଙ୍ଗ କାଟିଦେଲା ପ୍ରେମିକା

ଦୁହେଁ ଦୁହିଁଙ୍କୁ ବହୁତ ନିବିଡ଼ ଭାବରେ ଭଲପାଉଥିଲେ ,ସାତ ଜନ୍ମ ର ସାଥି ହେବାକୁ ମଧ୍ୟ ଚାଁହୁଥିଲେ I ଦଇବ କିନ୍ତୁ ସାଜିଲା ବୈରୀ I ପ୍ରେମିକା ର ବିବାହ ହେଇଗଲା ଅନ୍ୟତ୍ର I ପ୍ରେମିକ ଚେନାଇ ରେ କାମ କରୁଥାଏ I ତଥାପି ଦୁହେଁ ଦୁହିଁଙ୍କୁ ଭୁଲି ପାରିନଥିଲେ I ବିବାହ ପରେ ମଧ୍ୟ ବହୁତ ସମୟ ଧରି ଦିଜଣ ଯାକ ଫୋନ ରେ କଥାବାର୍ତା ଜାରି ରଖିଥିଲେ I ଘଟଣା ଟି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଝାରବେଡ଼ା ଗାଁ ର Iଯୁବକ ଙ୍କ ନାମ ରାଜେନ୍ଦ୍ର ନାୟକ I ତାଙ୍କ ପ୍ରେମିକା ଙ୍କର ବିବାହ ହରିଚନ୍ଦନପୁର ନିକଟରେ ହେଇଥିଲା I

ତେବେ ଚେନାଇ ରୁ ଫେରିବା ବେଳେ ରାଜେନ୍ଦ୍ର ଙ୍କୁ ତାଙ୍କ ପ୍ରେମିକା ନିଜ ଶଶୁର ଘରେ ରାତିରେ ରହିଯିବାକୁ ବାଧ୍ୟ କରିଥିଲେ I ପ୍ରେମିକା ର କଥା ମାନି ପ୍ରେମିକ ମଧ୍ୟ ରାତ୍ରିରେ ତାଙ୍କ ଘରେ ରହିଯାଇଥିଲେ I ତେବେ ହଠାତ ରାତି ଅଧରେ ପ୍ରେମିକା ଜଣଙ୍କ ପ୍ରେମିକ ର ଗୁପ୍ତାଙ୍ଗ କୁ ଏକ ବ୍ଲେଡ ସାହାଯ୍ୟରେ କାଟି ଦେଇଥିଲେ ,ଏନେଇ ଯୁବକ ଜଣଙ୍କ ଅଭିଯୋଗ କରିଛନ୍ତି I ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ କେନ୍ଦୁଝର ହସ୍ପିଟାଲ ରେ ଭର୍ତି ହେଇଛନ୍ତି I

Leave a Reply

Your email address will not be published. Required fields are marked *