ମୁଁହ ରୁ କଳା ଦାଗ ଦୂର କରିବାର ଘରୋଇ ଉପାୟ

ସୁନ୍ଦର ଚେହେରା ସମସ୍ତେ ଚାହିଥାନ୍ତି। କିନ୍ତୁ ସୂର୍ଯ୍ୟଙ୍କ କିରଣ ଓ ଅତିବାଇଗଣି ରଶ୍ମି ହୋଇଥାଏ ଏହାର ବାଧକ। ଏହା ବ୍ୟତୀତ ଅନ୍ୟ କାରଣ ଯୋଗୁ ମଧ୍ୟ ଆମ ଚେହେରା ରେ କଳା ଦାଗ ପଡିଯାଇଥାଏ।

ସେହି କଳା ଦାଗ କୁ ଦୂର କରିବାର ଉପାୟ ହେଉଛି

1. ଗୋଟିଏ ପାତ୍ର ରେ ଗୋଟିଏ ଚାମଚ୍ ଚନ୍ଦନ powder, ଅଧା ଚାମଚ୍ glycerine, ଗୋଟେ ଚାମଚ୍ ଗୋଲାପ ଜଳ ରେ ଏକ ପେଷ୍ଟ ବନେଇବା ପରେ ଏହାର ପେଷ୍ଟ କୁ ମୁହଁରେ ଧୀରେ ଧୀରେ 20 ମିନିଟ୍ ମାସାଚ କରିବା ପରେ ଥଣ୍ଡା ପାଣି ରେ ମୁହଁ କୁ ଭଲ ଭାବେ ଧୋଇ ଦେବା ଆବଶ୍ୟକ।

2. ଏକ ପାତ୍ର ରେ ଗୋଟିଏ ଚାମଚ୍ ବେସନ, ଗୋଟିଏ ଚାମଚ୍ ମହୁ, ଗୋଟିଏ ଚାମଚ୍ ଘିକୁଆଁରୀ ରସ, ଅଳ୍ପ କିଛି ଲେମ୍ବୁ ରସ ମିଶାଇ ମିଶ୍ରଣ ପ୍ରସ୍ତୁତ କରିବା ପରେ ମୁହଁରେ 5ମିନିଟ୍ ମସଚ କରିବା ପରେ 20 ମିନିଟ୍ ପରେ ମୁହଁକୁ ଧୋଇ ଦିଅନ୍ତୁ।

3. ଆଳୁ ର ଚୋପା ଛଡ଼ାଇ ତାକୁ ଗ୍ରାଇଣ୍ଡିଂ କରି ତାର ରସ କୁ ମୁହଁରେ ଲଗେଇ କିଛି ସମୟ ପରେ ଧୋଇଦେବା ଦ୍ବାରା ମୁହଁର କଳା ଦାଗ ଦୂର ହୋଇଥାଏ।

4. ଲେମ୍ବୁ ରେ ଭିଟାମିନ c ରହିଥିବାରୁ ଏହା ତ୍ୱଚା ପାଇଁ ବହୁତ୍ ଉପକାର ହୋଇଥାଏ। ଲେମ୍ବୁ ର ରସ କୁ ମୁହଁ ର କଳା ଦାଗ ଉପରେ ଲଗେଇ କିଛି ସମୟ ପରେ ତାକୁ ଧୋଇଦେବ ଦ୍ବାରା ମୁହଁ ର କଳା ଦାଗ ଦୂର ହୋଇଥାଏ।

5. ଦୁଇ ଚାମଚ୍ ଲେମ୍ବୁ ଚୋପା ଗୁଣ୍ଡ ରେ ତିନି ଚମକ ମହୁ ମିଶାଇ ମୁହଁ ରେ ଲଗାଇ କିଛି ସମୟ ପରେ ଶୁଖି ଯିବା ପରେ ତାକୁ ଧୋଇ ଦିଅନ୍ତୁ। ଏହା ଦ୍ବାରା ମୁହଁର କଳା ଦାଗ ଦୂର ହୋଇଥାଏ।

6. ବିଲାତି ର ରସ ରେ କିଛି ମହୁ ମିଶାଇ ଏହାର ପେଷ୍ଟ କୁ ମୁହଁରେ ଲଗାଇ 15 ମିନିଟ୍ ପରେ ଧୋଇ ଦିଅନ୍ତୁ। ଏହା ଦ୍ବାରା ମୁହଁରେ ଥିବା କଳା ଦାଗ ମଧ୍ୟ ଦୂର ହୋଇଥାଏ।

7. ଶେଷ ଉପାୟ ହେଉଛି କମଳା ଚୋପା।

କମଳା ର ଚୋପା କୁ ଖରା ରେ ଶୁଖାଇ ଗୁଣ୍ଡ କରି ସେହି ଗୁଣ୍ଡ ରେ ପାଣି ମିଶାଇ ମୁହଁ ରେ ଲଗେଇବାଦ୍ବାରା ମୁହଁରେ ଲଗେଇବା ଦ୍ବାରା ମୁହଁରେ ଥିବା କଳା ଦାଗ ମଧ୍ୟ ଦୂର ହୋଇଥାଏ।

Leave a Reply

Your email address will not be published. Required fields are marked *