ଯାହା ଖାଉଛନ୍ତି ଶରୀର ପଟେ ବାହାରି ଯାଉଛି ,କୁନି ପିଲାକୁ ଅଦ୍ଭୁତ ରୋଗ ଫେଲ ମାରୁଛି ମେଡିକାଲ ସାଇନ୍ସ

ବୟସ 12,ନିରୀହ ପିଲାଟିଏ I କିନ୍ତୁ ଶରୀର ରେ ଦେଖାଯାଇଛି ଏକ ଅଦ୍ଭୁତ ରୋଗ ,ଯାହାକି ଡାକ୍ତରୀ ବିଜ୍ଞାନପାଇଁ ମୁଣ୍ଡବ୍ୟଥା ପାଲଟିଛି I ଯାହା ଖାଉଛନ୍ତି ତାହା ଶରୀର ର ହାତ ଗୋଡ ମୁଣ୍ଡ ଦେଇ ବାହାରକୁ ବାହାରି ଯାଉଛି I ବିଶ୍ୱାସ ନହେଲେ ବି ଘଟଣାଟି ସତ୍ୟ I ଘଟଣା ଟି କେନ୍ଦ୍ରାପଡା ର ପଟ୍ଟାମୁଣ୍ଡାଇ ବ୍ଳକ ତରିପାଟଣା ଗ୍ରାମର I ବାଳକ ର ନାମ ଜ୍ଞାନ ପ୍ରକାଶ

ପ୍ରାପ୍ତ ସୂଚନା ଅନୁଯାଇ ଗତ ଦୁଇବର୍ଷ ତଳେ ହଠାତ୍ ଜ୍ଞାନ ଙ୍କ ଶରୀର କୁଣ୍ଡାଇହେବାରୁ ସେ କୁଣ୍ଡାଇଥିଲେ ,କିନ୍ତୁ କୁଣ୍ଡାଇଥିବା ଜାଗାରୁ ପ୍ରଥମେ ପାଣି ଏବଂ ଲାଳ ବାହାରିଥିଲା I ଏନେଇ ଜ୍ଞାନ ଙ୍କ ପରିବାର ଏସସିବିରେ ଡାକ୍ତର ଙ୍କ ସହିତ ଯୋଗାଯୋଗ କରିଥିଲେ କିନ୍ତୁ କୌଣସି ସୁଫଳ ବାହାରିନଥିଲା

I ଏହାପରେ ଶରୀର ରୁ ବିଭିର୍ଣ୍ଣ ଜାଗାରୁ ଖାଇବା ଜିନିଷ ବାହାରିବାରେ ଲାଗିଥିଲା I ବାରମ୍ବାର ଏ ହସ୍ପିଟାଲ ରୁ ସେ ହସ୍ପିଟାଲ ଦୌଡୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ I ଡାକ୍ତର ମାନେ ମଧ୍ୟ ଏହି ରୋଗକୁ ଚିହିଁ ପାରୁନାହାଁନ୍ତି I

ତେବେ କଣ ଏହି ରୋଗ ଯାହାକୁ ଡାକ୍ତର ମାନେ ଜାଣିପାରୁନାହାନ୍ତି ??ଅପରପକ୍ଷରେ ପୁଅର ଏପରି ସମସ୍ୟାରେ ପରିବାର ଲୋକମାନେ ଚିନ୍ତିତ ଅଛନ୍ତି I

Leave a Reply

Your email address will not be published. Required fields are marked *