ବିଜୁ ଯୁବ ବାହିନୀ ସଚେତନ କରିବାକୁ ଆସି ନିଜେ ପିଟାପିଟି ହେଇ ଶାର୍ଟ ଚିରିଲେ

ରାଜ୍ୟର ର ପ୍ରଗତି ରେ ସାମିଲ ହେବାରେ ଯୁବକ ମାନଙ୍କ ଗୁରୁତ୍ୱ କୁ ଉପଲବ୍ଧି କରି ବିଜୁ ଯୁବ ବାହିନୀ ଗଠନ କରାଯାଇଥିଲା I କିନ୍ତୁ ବାରମ୍ବାର ଏହି ବିଜୁ ଯୁବ ବାହିନୀ କୁ ନେଇ ଆସିଛି ପ୍ରତିକ୍ରିୟା ,ବିରୋଧୀ ମଧ୍ୟ ମନ୍ତବ୍ୟ ରଖିସାରିଛନ୍ତି ଯେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଜୁ ଯୁବ ବାହିନୀ ନାମରେ ଗୁଣ୍ଡା ବାହିନୀ ତିଆରି କରିଛି ବିଜେଡି I ତେବେ ଭଦ୍ରକ ଜିଲା ପଦ୍ମପୁର ପଞ୍ଚାୟତ ରେ ଦେଖିବାକୁ ମିଳିଛି ଏକ ଅଘଟଣ I

ପଲିଥିନମୁକ୍ତ ଅଞ୍ଚଳପାଇଁ ସଚେତନ କରିବାକୁ ଆସିଥିବା ବିଜୁ ଯୁବ ବାହିନୀର କିଛି ଯୁବକ ଙ୍କ ସହିତ ଅନ୍ୟ ଏକ ବିଜୁ ଯୁବ ଗୋଷ୍ଠୀ ମୁଂହାମୁହିଁ ହେଇଥିଲେ I କୌଣସି କାରଣରୁ ଦୁଇଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେଇ ପିଟାପିଟି ହେଇଥିଲେ I ଏମିତିକି ଶାର୍ଟ ଚୀରାଚିରି ହେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି I ଘଟଣାର ତଦନ୍ତ ଜାରି ରହିଛି I

Leave a Reply

Your email address will not be published. Required fields are marked *