ଆସନ୍ତା କାଲି ମୁକେଶ ଅମ୍ବାନୀ ଆସୁଛନ୍ତି ପୁରୀ: ଜଗନ୍ନାଥ ଙ୍କୁ ଦେବେ ଝିଅ ବାହାଘର ର ନିମନ୍ତ୍ରଣ

ଆସନ୍ତା କାଲି ପୁରୀ ଆସୁଛନ୍ତି ମୁକେଶ ଅମ୍ବାନୀ।କାଲି ଅପରାହ୍ନ ରେ ଆସି ଜଗନ୍ନାଥ ଙ୍କୁ ଦର୍ଶନ କରିବା ର ସୂଚନା ରହିଛି। ଏବଂ ଏହି ଅବସର ରେ ସେ ନିଜ ଝିଅ ର ବାହାଘର ର ନିମନ୍ତ୍ରଣ ପତ୍ର ମହାପ୍ରଭୁ ଙ୍କୁ ଦେବେ ବୋଲି ସୂଚନା ମିଳିଛି।

ଅମ୍ବାନୀ ଙ୍କ ପୁରୀ ଗସ୍ତ ସ୍ଥିର ହୋଇଥିଲେ ମଧ୍ୟ ତାଙ୍କ ରହଣି ସ୍ଥିର ହୋଇ ନାହିଁ। ଅମ୍ବାନୀ କାଲି ପୁରୀ ରେ ପ୍ରାୟ ୨ ଘଣ୍ଟା ପାଇଁ ରଖିବେ ବୋଲି ଜଣା ପଡିଛି।

କାଲି ପ୍ରଥମେ ଅମ୍ବାନୀ ଭୁବନେଶ୍ୱର ର ମେକ୍ ଇନ ଓଡ଼ିଶା କନ୍ କ୍ଲେଭ୍ ରେ ଯୋଗ ଦେବେ ଏବଂ ପରେ ପରେ ପୁରୀ କୁ ଯାତ୍ରା କରିବେ।

ତେବେ ସୂଚନା ଥାଉ କି ଝିଅ ନିଶା ଅମ୍ବାନୀ ପାଇଁ ମୁକେଶ ଆଗରୁ ଯାଇ କେଦାର ନାଥ ଏବଂ ବଦ୍ରିନାଥ ଯାଏଁ ପୂଜା ଅର୍ଚ୍ଚନା କରି ଆସିଛନ୍ତି ଏବଂ ଏବେ ମହାପ୍ରଭୁ ଜଗନ୍ନାଥ ଙ୍କୁ ନିମନ୍ତ୍ରଣ ସହ ଦର୍ଶନ କରିବାକୁ ଆସିଛନ୍ତି।

ମୁକେଶ କେଦାର ନାଥ ଏବଂ ବଦ୍ରିନାଥ ରେ ମଧ୍ୟ ମୋଟା ଅଙ୍କ ର ଦାନ ମନ୍ଦିର ପାଣ୍ଠି କୁ କରିଛନ୍ତି ତେଣୁ କାଲି ପୁରୀ ମନ୍ଦିର ହୁଣ୍ଡି କୁ ମଧ୍ୟ ହୁଏତ କିଛି ବଡ଼ ଆକାର ର ଦାନ ମିଳି ପରେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଅପର ପକ୍ଷେ ଶ୍ରୀ ମନ୍ଦିର ପ୍ରଶାସନ ତରଫ ରୁ ଅମ୍ବାନୀ ଙ୍କ ଦର୍ଶନ ନେଇ ପ୍ରସ୍ତୁତି ଶେଷ ହୋଇଛି ଏବଂ ଓଡ଼ିଶା ରିଲିଆଂଶ ତରଫ ରୁ ମୁକେଶ ଙ୍କ ପାଇଁ ପୁଲିସ୍ କୁ ସୁରକ୍ଷା ପାଇଁ ଜଣାଇ ଦିଆ ଯାଇଛି।

Leave a Reply

Your email address will not be published. Required fields are marked *