ବିଜେଡି ମହିଳା ସଭାନେତ୍ରୀ ପଦରୁ ହଟିଲେ ଡାଲି ନାନୀ ପ୍ରମିଳା,ମୀନତିଙ୍କୁ ଦିଆଗଲା ଦାୟିତ୍ୱ

ଆଗକୁ ନିର୍ବାଚନ ,ତେଣୁ ଏବେଠୁ ଦଳ ଗୁଡିକ ମହିଳା ଭୋଟର ଙ୍କୁ ଆକୃଷ୍ଟ କରିବାକୁ ନିଜର ପ୍ଲାନ କରିବାରେ ଲାଗିପଡିଛନ୍ତି I ସେହି କ୍ରମରେ ସାମିଲ ହେଇଯାଇଛି ବିଜେଡି I ଆଜି ବିଜେଡି ର ମହିଳା ସଭାନେତ୍ରୀ ଭାବେ ମିନତୀ ବେହେରା ଙ୍କୁ ଦାୟିତ୍ୱ ଦିଆଯାଇଛି ତାଙ୍କ ପୂର୍ବରୁ ବିଧାୟିକା ପ୍ରମିଳା ମଲ୍ଲିକ ଏହି ପଦରେ ଥିଲେ ,ଆଜି ପ୍ରମିଳା ଙ୍କୁ ଏହି ପଦରୁ ଅପସାରଣ କରିନିଆଯାଇ ମିନତୀ ଙ୍କୁ ନିଯୁକ୍ତ କରାଯାଇଛି I

ୟା ପୂର୍ବରୁ ମିନତୀ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଥିଲେ ଆଜି ସକାଳେ ଦଳୀୟ ନିଷ୍ପତି କ୍ରମେ ଇସ୍ତଫା ଦେଇ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି I ଅପରପକ୍ଷରେ ପ୍ରମିଳା ଙ୍କୁ ଏହି ପଦରୁ ହଟାଯିବା ପରେ ବିଜେଡି ର ଉପ ସଭାପତି ଏବଂ ବିଜେଡି ମହିଳା ର ଉପଦେଷ୍ଟା ଭାବେ ଦାୟିତ୍ୱ ଦିଆଯାଇଛି I ସୂଚନା ଥାଉ କି ପ୍ରମିଳା ଙ୍କ ନାମରେ ବହୁ ପୂର୍ବରୁ ଡାଲି ଦୁର୍ନୀତି ର ଛିଟା ପଡିଥିଲା କିନ୍ତୁ ହଠାତ କଣ ପାଇଁ ତାଙ୍କୁ ସଭାପତି ପଦରୁ ହଟାଗଲା ତାହା ସମସ୍ତଙ୍କର ପ୍ରଶ୍ନବାଚୀ ହେଇ ରହିଯାଇଛି I

Leave a Reply

Your email address will not be published. Required fields are marked *