ଜଗନ୍ନାଥ ଙ୍କ ଦର୍ଶନ କରି କାନ୍ଦି ପକାଇଲେ ଅମ୍ବାନୀ

ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ ସୋମବାର ଶ୍ରୀମନ୍ଦିର ଆସି ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ କରିଛନ୍ତି।ଦାରୁ ବିଗ୍ରହଙ୍କ ଦର୍ଶନ ବେଳେ ଝିଅ ଈଶା ଆମ୍ବନୀଙ୍କ ବାହାଘର ନିମନ୍ତେ ସେ ନିମନ୍ତ୍ରଣ ଦେଇଛନ୍ତି। ଇଶା ଅନ୍ୟତମ ଶିଳ୍ପପତି ଆନନ୍ଦ ପିରାମଲ୍ ଙ୍କୁ ବିବାହ କରୁଛନ୍ତି।ଏହି ଅବସରରେ ତାଙ୍କୁ ମହାପ୍ରଭୁଙ୍କ ଆଜ୍ଞାମାଳ ଓ ଗୁଆ ଦିଆଯାଇଥିଲା।

ପରେ ସେ ଲକ୍ଷ୍ମୀ ମନ୍ଦିର ଯାଇ ମାଆଙ୍କର ଦର୍ଶନ କରିଥିଲେ ଏବଂ ଅନ୍ୟ ଶ୍ରଦ୍ଧାଳୁ ମାନଙ୍କ ଭଳି ସେଠାରେ ପ୍ରାୟ ୫ ମିନିଟ୍ ବସିଥିଲେ।ମୁକେଶ ଏହି ଅବସରରେ ଓଡିଶାବାସୀଙ୍କୁ ଦୀପାବଳୀ ପାର୍ବଣ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ଶୁଭକାମନା ଜନେଇଥିଲେ।ଗୁଜରାଟର ପରମ୍ପରା ମୁତାବକ କୌଣସି ଶୁଭ କାମ ପୂର୍ବରୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦିଆଯାଇଥାଏ, ଆଶ୍ରିବାଦ୍ ନେବାର ବିଧି ଥାଏ।ଏ ଦୃଷ୍ଟିରୁ ସେ ଝିଅ ବାହାଘର ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ଦେଇଥିବା ଶ୍ରୀ ଅମ୍ବାନୀ ଗଣମାଧ୍ୟମକୁ କହିଥିଲେ।

Leave a Reply

Your email address will not be published. Required fields are marked *