ପଞ୍ଚାୟତ ଅଫିସ ରେ ମହିଳାଙ୍କୁ ସରପଞ୍ଚ କଲେ ଧର୍ଷଣ I ପ୍ରଧାନମନ୍ତ୍ରୀ ଆବାସ ବଦଳରେ ଇଜ୍ଜତ ନେଲେ

ସାଧାରଣତଃ ସରକାରୀ ଯୋଜନା ଗୁଡିକ ପାଇବାକୁ ହେଲେ ବିଭିର୍ଣ୍ଣ ଲାଞ୍ଚ ଦେବାକୁ ପଡିଥାଏ କିନ୍ତୁ ଯୋଜନା ପାଇବାକୁ ଯେ ନିଜ ଇଜ୍ଜତ ଦେବାକୁ ପଡେ ଏକଥା ଜଣା ନଥିଲା ଜଣେ ମହିଳାଙ୍କୁ I ଘଟଣାଟି ଯାଜପୁର ଜିଲ୍ଲା ଦଶରଥପୁର ର I ସରପଞ୍ଚ ଙ୍କ ନାମ ଇନ୍ଦ୍ରଜିତ ଦାସ I ପ୍ରାପ୍ତ ଖବର ଅନୁଯାଇ ସେହି ଗ୍ରାମର ଗୌତମ ମଲ୍ଲିକଙ୍କ ପତ୍ନୀଙ୍କ ନାମରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆସିଥିବା କହି ସରପଞ୍ଚ ତାଙ୍କୁ ପଂଚାୟତ ଅଫିସ କୁ ରାତ୍ରି ସମୟରେ ଡାକିଥିଲେ I ଖବର ଅନୁଯାଇ ଶ୍ରୀ ମଲ୍ଲିକ ଙ୍କ ସ୍ତ୍ରୀ ଘର ପାଇବାକୁ ଖୁଶି ହେଇ ରାତ୍ରି ସମୟରେ ପଂଚାୟତ ଅଫିସ ରେ ପହଂଚିଥିଲେ I

କିନ୍ତୁ ସରପଞ୍ଚ ତାଙ୍କୁ ଘର ବଦଳରେ 20ହଜାର ଲାଞ୍ଚ ମାଗିଥିଲେ I ଏତେ ପରିମାଣରେ ଟଙ୍କା ଦେଇପାରିବେନି କହି ମହିଳା ଜଣଙ୍କ କାନ୍ଦିବାରୁ ସରପଞ୍ଚ କହିଥିଲେ ଆଉ କାହାକୁ ଏ ଯୋଜନାର ହିତାଧିକାରୀ କରିଥିଲେ ସେ ମୋଟା ରକମର ଲାଞ୍ଚ ଦେଇଥାନ୍ତା ତମକୁ ଦେଇ ମୁଁ କଣ ପାଇବି ?ହଁ ଯଦି କହିବ ତେବେ ଗୋଟେ ସର୍ତ ରେ ରାଜି କହି ମହିଳା ଜଣଙ୍କୁ ଜୋରଜବରଦସ୍ତ ଏକୁଟିଆ ପାଇଁ ଧର୍ଷଣ କରିଥିଲେ

I ମହିଳା ଜଣଙ୍କ ଯେତେ କାକୁତି ମିନତୀ ହେଲେ ମଧ୍ୟ ସରପଞ୍ଚ ତାଙ୍କୁ ଛାଡ଼ିନଥିଲେ ଏନେଇ ମହିଳା ଜଣଙ୍କ ମଙ୍ଗଳପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି Iଅନ୍ୟ ପକ୍ଷରେ ସରପଞ୍ଚ ଏହାକୁ ଖଣ୍ଡନ କରିବା ସହିତ ଏହା ତାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର ବୋଲି ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *