ଖୋଲୁଛି ଗୁମର :- ନବକଳେବର ରେ ଟଙ୍କା ନେଇ ଦାରୁ ଚିହ୍ନଟ ହେଇଥିବା ବିଶ୍ୱକର୍ମା ମହାରଣା କଲେ ଅଭିଯୋଗ

ସାଢେ ଚାରି କୋଟି ଓଡ଼ିଆ ଙ୍କର ସେ ଆରାଧ୍ୟ ଦେବତା I ରାତି ପାହି ସକାଳ ହେଲେ ତାରି ଆରାଧନା ରେ ଦିନ ଆରମ୍ଭ ହୁଏ I ଖାଲି ଓଡ଼ିଆ ନୁହେଁ ସାରା ବିଶ୍ୱର ସେ ଦେବତା କାଳିଆ ଠାକୁର I ତାକୁ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଦରିଆ ପାର ହେଇ ପୁରୀ ଛୁଟି ଆସିଥାନ୍ତି I ସେଥିପାଇଁ ତ ଭକ୍ତ ଙ୍କୁ ଦର୍ଶନ ଦେବା ପାଇଁ ଭାବର ଠାକୁର କାଳିଆ ବଡଦାଣ୍ଡ କୁ ନିଜେ ଓଲ୍ହାଇଆସିଥାଏ ରଥଯାତ୍ରା ପାଇଁ I 2015 ନବକଳେବର ରେ କାଳିଆ ର ବ୍ରହ୍ମ ବିଭ୍ରାଟ ନେଇ ସାରା ଦେଶ ଚହଲି ଯାଇଥିଲା I

ଏ ଘଟଣା 11ଜଣଙ୍କୁ ପ୍ରସାଶନ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରା ଯିବା ପରେ ଅସଲି ଗୁମର ଖୋଲିବାରେ ଲାଗିଛି Iଜଗନ୍ନାଥ ଙ୍କ ଦାରୁ ଚୟନ କୁ ନେଇ ଆସିଛି ସାଙ୍ଘାତିକ ଅଭିଯୋଗ ଯାହାକି ସାଢେ ଚାରିକୋଟି ଓଡ଼ିଆଙ୍କୁ ଦୋହଲାଇ ଦେଲା ଭଳିଆ ଘଟଣା I

ଦାରୁ ଚୟନ ରେ ବ୍ୟାପକ ଅନିୟମିତତା ହେଇଥିଲା ମୋଟା ଅଙ୍କର ଟଙ୍କା କାରବାର ହେଇଥିଲା ଏନେଇ ଖୋଦ ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଅଭିଯୋଗ କରିଛନ୍ତି ।ଖାଲି ଏତିକି ନୁହେଁ ଟଙ୍କା ନେଇ ଦାରୁ ଚିହ୍ନଟ କରାଯାଇଥିବା କୃଷ୍ଣଚନ୍ଦ୍ର ଅଭିଯୋଗ କରିଛନ୍ତି ଅପରପକ୍ଷରେ ଦଇତାପତି ନିଯୋଗ ସହସଂପାଦକ ବିନାୟକ ଦାସମହାପାତ୍ର ଏହି କଥା କୁ ଖଣ୍ଡନ କରିବା ସହିତ କୃଷ୍ଣ ଙ୍କ ଉପରେ ଦୋଷ ଲଦିଛନ୍ତି I

ଓଲଟା କୃଷ୍ଣ କୁଆଡେ ମୂର୍ତ୍ତି ନିର୍ମାଣରେ କୌଣସି ସହଯୋଗ କରିନଥିଲେ ବୋଲି ଅଭିଯୋଗ କରିଛନ୍ତି I ତେବେ ଏହା ନିହାତି ଭାବରେ ତଦନ୍ତ ସାପେକ୍ଷ I କଥା ଉଠିଲାଣି ଯେତେବେଳେ ସତ ନିହାତି ଭାବରେ ସାମ୍ନା କୁ ଆସିବ I

Leave a Reply

Your email address will not be published. Required fields are marked *