ଏଥର ସାଧାରଣନ୍ତ୍ର ଦିବସ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ଦ. ଆଫ୍ରିକା ରାଷ୍ଟ୍ରପତି

ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମଫୋସା ଆସନ୍ତା ବର୍ଷ ତଥା ୨୦୧୯ ଜାନୁୟାରୀ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ।ଭାରତ ସରକାରଙ୍କ ଦ୍ୱାରା ଏଥିପାଇଁ ପଠା ଯାଉଥିବା ନିମନ୍ତ୍ରଣ ପତ୍ରକୁ ସେ ସ୍ବୀକାର କରିଥିବାର ଜଣାପଡିଛି।

ଏହା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କୁ ମୁଖ୍ୟ ଅତିଥି ଭାବେ ଭାରତ ନିମନ୍ତ୍ରଣ କରିଥିଲା।କିନ୍ତୁ ତାଙ୍କର ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ଯୋଗୁ ସେ ଏଥିରେ ଯୋଗ ଦେଇ ପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ।

ଏବଂ ବର୍ତ୍ତମାନ ସୁଦ୍ଧା Cyril Ramaphosa ମୁଖ୍ୟ ଅତିଥି ହେବେ ବୋଲି ଜଣା ଯାଇଛି।

Leave a Reply

Your email address will not be published. Required fields are marked *