ସାକ୍ଷୀଗୋପାଳ ରେ ଅଁଳାନବମୀ ରେ ମା ରାଧାରାଣୀ ଙ୍କ ପାଦ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଙ୍କ ଭିଡ଼

ଆଜି ହେଉଛି ପବିତ୍ର କାର୍ତ୍ତିକ ଶୁକ୍ଳ ନବମୀ/ ଅଁଳାନବମୀ I ଏହି ଅବସରରେ ପୁରୀ ର ସାକ୍ଷୀଗୋପାଳ ରେ ଗୋପାଳଜିଉ ମନ୍ଦିର ରେ ମା ରାଧାରାଣୀ ଙ୍କ ପାଦ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଙ୍କ ସମାଗମ ହେଇଛି I ସକାଳ 6ଟାରୁ ଭକ୍ତ ଙ୍କ ପାଇଁ ଦର୍ଶନ ଦ୍ୱାର ଖୋଲାଯାଇଥିଲା I ତେବେ ଗତକାଲି ଭିଆଇପି ଟିକେଟ ଏବଂ ସେବାୟତଙ୍କ ପାଉଣା ସମେତ ଅନ୍ୟାନ୍ୟ ଦାବି ନେଇ 5ଘଣ୍ଟା ପର୍ଯ୍ୟନ୍ତ ନୀତି ବନ୍ଦ ରହିଥିଲା I

ସନ୍ଧ୍ୟା ସମୟରେ ପ୍ରଶାସନ ଏବଂ ମନ୍ଦିର ସେବାୟତ ମଧ୍ୟରେ ଆଲୋଚନା ପରେ ନିର୍ଭର ପ୍ରତିଶୃତି ପରେ ସେବାୟତ ମାନେ ନୀତି ସମ୍ପର୍ଣ କରିଥିଲେ ଏବଂ ପୁର୍ଣ ସହଯୋଗ କରିଥିଲେ I ଆଜି ପବିତ୍ର ରାଧାପାଦ ଦର୍ଶନ ନିମନ୍ତେ ସକାଳ ସମୟରୁ ଲକ୍ଷ ଲକ୍ଷ ଭକ୍ତ ଙ୍କ ଭିଡ଼ ଛୁଟିଛି I

ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପ୍ରତି ପ୍ରଶାସନ ଏବଂ ମନ୍ଦିର କମିଟି ତରଫରୁ ତୀକ୍ଷ୍ଣ ନଜର ରଖାଯାଇଛି I ବିଶ୍ୱାସ ରହିଛି କି ଅଁଳାନବମୀ ରେ ମା ରାଧାରାଣୀ ଙ୍କ ପାଦ ଦର୍ଶନ କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହେଇଥାଏ ଏବଂ ମନସ୍କାମନା ପୂର୍ଣ୍ଣ ହେଇଥାଏ I

Leave a Reply

Your email address will not be published. Required fields are marked *