ପୁଣି ଅରୁଣ ଏବଂ ଛାତ୍ର ସଭାପତି ତୁଷାର ମୁଁହାମୁଁହି, ମୟୁରଭଞ୍ଜ ଆସିଲେ ବିରୋଧ କରାଯିବ

କିଛିଦିନ ଧରି ଥମିଯାଇଥିବା ବିବାଦ ପୁଣି ଘନେଇଛି I ମୁଂହ ଖୋଲିଛନ୍ତି ଛାତ୍ରନେତା ତୁଷାର କୁମାର ନାୟକ I ଅଭିଯୋଗ କରିଛନ୍ତି ଯେ ତାଙ୍କୁ ନ୍ୟାୟ ଦିଆଯିବ ବୋଲି ପ୍ରତିଶୃତି ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନ୍ୟାୟ ମିଳିନି ସେଥିପାଇଁ ସେ ଆଉ ଚୁପ ରହିବେନି I

ସୂଚନା ଥାଉ କି ବିଶ୍ୱବିଦ୍ୟାଳୟ ର ଅସୁବିଧା ସମ୍ପର୍କ ରେ ମୟୁରଭଞ୍ଜ ଜିଲ୍ଲା ର ପର୍ଯ୍ୟବେକ୍ଷକ ତଥା ପୂର୍ବତନ ଆଇନ ମନ୍ତ୍ରୀ, ନୟାଗଡ ର ବିଧାୟକ ଡା. ଅରୁଣ କୁମାର ସାହୁ ଙ୍କୁ ତୁଷାର ଅଭିଯୋଗ କରିଥିଲେ କିନ୍ତୁ ସେ ସମସ୍ୟା ବିଷୟରେ ନଶୁଣି ତୁଷାର ଙ୍କୁ ଭର୍ତ୍ସନା କରିବା ସହ ଖରାପ ବ୍ୟବହାର କରିଥିଲେ

ଏପରିକି ବସ୍ ଉଠ କରାଇଥିଲେ ଯାହାକୁ ନେଇ ଦଳ ମତ ନିର୍ବିଶେଷ ରେ ସମସ୍ତେ ଅରୁଣ ଙ୍କୁ ବିରୋଧ କରିଥିଲେ I ଏବେ ପୁଣି ତୁଷାର ନ୍ୟାୟ ନପାଇ ପାଟି ଖୋଲିଛନ୍ତି ଏବଂ ଅରୁଣ ଙ୍କୁ କଡା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି I

Leave a Reply

Your email address will not be published. Required fields are marked *