ଦୁନିଆ ର ସବୁଠାରୁ ଶସ୍ତା ପେଟ୍ରୋଲ: ୬୦ ପଇସା ରେ ୧ ଲିଟର

ଭାରତରେ ଦୀର୍ଘ ଦିନ ଧରି ପେଟ୍ରୋଲ ଓ ଡିଜେଲ୍ ଦର ମାହାଙ୍ଗା ହେବା ପରେ ଏବେ ତୈଳ ଦର ପୁଣି ଥରେ ଖସୁଛି।ଗତ ଏକ ସପ୍ତାହ ମଧ୍ୟରେ ପେଟ୍ରୋଲ ଦର ୬ ଟଙ୍କା ପ୍ରତି ଲିଟର ହ୍ରାସ ପାଇଛି।କିନ୍ତୁ ତୈଳ ଦରକୁ ନେଇ ଏମିତି ଏକ ଖବର ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଦୁନିଆରେ ଏମିତି ବି କେତକ ଦେଶ ଅଛି ଯେଉଁଠି ପେଟ୍ରୋଲ ଦର ୬ ଟଙ୍କାରୁ ମଧ୍ୟ କମ୍ ଅଟେ।

ଆମେ ଆପଣଙ୍କୁ ଏମିତି ଦେଶ ବିଷୟରେ କହୁଛୁ ।ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଭେନେଜୁଏଲାରେ ପେଟ୍ରୋଲ ଦର ଲିଟର ପ୍ରତି ମାତ୍ର ୬୧ ପଇସା ଅଟେ।ସେହିପରି ସୁଡାନ୍ ରେ ପେଟ୍ରୋଲ ଦର ଲିଟର ପ୍ରତି ମାତ୍ର ୯ ଟଙ୍କା ୩୨ ପଇସା ଅଟେ। ଇରାନ ରେ ପେଟ୍ରୋଲ ଦର ୨୦ ଟଙ୍କା ୫୦ ପଇସା ଅଟେ।କୁଏତ ରେ ପେଟ୍ରୋଲ ଦର ୨୪ ଟଙ୍କା ୮୨ ପଇସା ଅଟେ।ଏହି ଦେଶ ଗୁଡ଼ିକ ନିଜ ଆବଶ୍ୟକ ଠାରୁ ଅଧିକ ବିଶୋଧିତ ତେଲ ଉତ୍ପାଦନ କରିଥାନ୍ତି।ସେହିପରି ଆଲଜେରିଆ ରେ ପେଟ୍ରୋଲ ଲିଟର ପିଛା ୨୫ ଟଙ୍କା ୫୪ ପଇସା ରହିଥିବା ବେଳେ ନାଇଜେରିଆ ରେ ପେଟ୍ରୋଲ ଦର ୨୯ ଟଙ୍କା ୧୪ ପଇସା ରହିଛି।

Leave a Reply

Your email address will not be published. Required fields are marked *