ଭୋଟ ପାଇଁ ମହିଳାଙ୍କ ଅଇଁଠା ବାସନ ମାଜିଲେ ନେତା

ନିର୍ବାଚନ ରେ ଜିତିବା ପାଇଁ ପ୍ରାଥୀ ମାନେ କିଛି ବି କରିପାରନ୍ତି ଦରକାର ପଡିଲେ ନିର୍ବାଚନ ସମୟରେ ଯାହା ଯାହା ସମସ୍ୟା ଥାଏ ସବୁ ସୁଧାରିବାକୁ ଲମ୍ବା ଲମ୍ବା ପ୍ରତିଶୃତି ଦେଇଥାନ୍ତି I ତେବେ ଭୋଟ ହାତେଇବାକୁ ଯେ ନେତା ମାନେ ଭୋଟର ଙ୍କ ବାସନ ମାଜିବେ ଏକଥା ଆପଣ ଭାବିପାରୁଛନ୍ତି କି ?? ହଁ ଆଂଜ୍ଞା କଥା ଟା ଏକଦମ ସତ ଘଟଣାଟି ମଧ୍ୟପ୍ରଦେଶର

I ପ୍ରାପ୍ତ ସୂଚନା ଅନୁଯାଇ ଇନ୍ଦୋରର ସାମ୍ବର ବିଧାନସଭା ଆସନର ଜଣେ ପ୍ରାଥୀ ଭୋଟ ପାଇଁ ଘରେ ଘରେ ବୁଲି ପ୍ରଚାର କରୁଥିଲେ I ପ୍ରାଥୀ ଙ୍କ ନାମ ରାଜେଶ ସୋନକର I ତେବେ ରାଜେଶ ଭୋଟ ପାଇଁ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜଣଙ୍କ ଘରେ ପଶି ମହିଳାଙ୍କ ଅଇଁଠା ବାସନ ମାଜିଥିଲେ I ଘର ର ସ୍ତ୍ରୀ ଲୋକ ଏହାକୁ ମନା କରିଥିଲେ ମଧ୍ୟ ସେ ବାସନ ମାଜି ତାଙ୍କୁ ଖୁଶି କରାଇବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ I

Leave a Reply

Your email address will not be published. Required fields are marked *