ଉଦ୍ଘାଟନ ହେଲା କଟକ ବାଲିଯାତ୍ରା।ଜାଣନ୍ତୁ କଣ ସବୁ ନୂଆ ଅଛି ଏଥର ବାଲିଯାତ୍ରା ରେ

କଟକର ଐତିହାସିକ ବାଲିଯାତ୍ରା ଉଦଘାଟିତ ହୋଇଯାଇଛି।ମହାନଦୀର ଗଡଗଡିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ମେଳାକୁ ଶୁକ୍ରବାର ସନ୍ଧ୍ୟାରେ ଅର୍ଥମନ୍ତୀ ଶଶୀଭୂଷଣ ବେହେରା, କ୍ରିଡାମନ୍ତ୍ରି ଚନ୍ଦ୍ରସାରଥୀ ବେହେରା ମିଳିତ ଭାବରେ ଉଦ୍ଘାଟନ କରିଛନ୍ତି।ଚଳିତ ବର୍ଷ ପ୍ରଥମ ଥର ପାଇଁ ଦଶ ଦିନ ବାଲିଯାତ୍ରା ଆୟୋଜନ ହେଉଥିବା ବେଳେ ୧୬୦୦ ରୁ ଅଧିକ ସ୍ଵୀକୃତିପ୍ରାପ୍ତ ସରକାରୀ ଷ୍ଟଲ,ଭିନ୍ନକ୍ଷମ ଷ୍ଟଲ ସମେତ ୪୩ ଦୋଳି ଏବଂ ସ୍ଵତନ୍ତ୍ର ଖାଦ୍ୟ ଷ୍ଟଲ ଅଛି।ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇ ଧୂଳି ନ ଉଡ଼ିବା ପାଇଁ କେମିକାଲ ବ୍ୟବହାର କରିଥିବା ବେଳେ ପଲିଥିନ୍ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

ବୈଷ୍ଣବ ପାଣି ମଞ୍ଚରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବ ରେ ଉଦଘାଟକ ଭାବରେ ମନ୍ତ୍ରୀ ଶଶୀଭୂଷଣ ବେହେରା,ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା,ମୁଖ୍ୟ ବକ୍ତା ଭାବରେ ସାଂସଦ ଭୂର୍ତୁହରି ମହତାବ ଯୋଗଦେଇ କଳିଙ୍ଗ ନୌବାଣିଜ୍ୟ ଉପରେ ଆଲୋକପାତ କରିଥିଲେ।ଉତ୍ସବରେ ସମ୍ମାନିତ ଅତିଥି ଭାବେ ଆଶ୍ରମ ଗାନ୍ଧିପୁରି ଦେନପାସରସ୍ ବାଲି ଇଣ୍ଡୋନେସିଆର ପ୍ରତିଷ୍ଠିତ ଅଧକ୍ଷ ଅଗୁସ୍ ଇନ୍ଦ୍ର ଉଦୟନ୍ ଯୋଗ ଦେଇ ଓଡ଼ିଶାର କଟକ ଏବଂ ଇଣ୍ଡୋନେସିଆର ବାଲି ସହରକୁ ‘ ସିଷ୍ଟର ସିଟି ‘ ରୂପେ ଅଭିହିତ କରିଥିଲେ।
ଉଭୟ ସହରର କଳା,ସଂସ୍କୃତି ଏବଂ ଚାଲିଚଳନ ପ୍ରାୟତଃ ସମାନ।ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଏବେ ବି ଇଣ୍ଡୋନେସିଆ ବାସି ହିରୋ ରୂପେ ମନେ ରଖିଛନ୍ତି।ଯେତେବେଳେ କଳିଙ୍ଗର ସାଧବ ପୁଅ ବଣିଜ ପାଇଁ ଜାଭା, ବାଲି,ସୁମାତ୍ରକୁ ଯାଉଥିଲେ ସେମାନଙ୍କୁ ସେଠାରେ ପାଛୋଟି ନିଆଯାଏ।ସେମାନଙ୍କ ଉଦ୍ଦେଶ୍ୟରେ ଉକ୍ତ ଦିନ ମଉନ ଧାରଣ କରିଥାନ୍ତି।

Leave a Reply

Your email address will not be published. Required fields are marked *