ହକି ଜର୍ସି ରେ ନିଉଜ ୱାର୍ଲଡ ଓଡିଶା ଟିମ୍ ହକିକୁ ଜଣାଇଲା ଅଭିନନ୍ଦନ

ଆଉ ମାତ୍ର କିଛି ଘଣ୍ଟା ପରେ ହକି ଖେଳ ଆରମ୍ଭ ହେଇଯିବ I ଚାରିଆଡେ ହକିକୁ ନେଇ ଉତ୍ସାହ ଲାଗିରହିଥିବା ବେଳେ ଗଣମାଧ୍ୟମ ମଧ୍ୟ ଏଥିରୁ ବାଦ ପଡିନି I ହକି କୁ ନେଇ କିପରି ସମସ୍ତ ତଥ୍ୟ ବିଶ୍ୱବାସୀଙ୍କ ପାଖରେ ପହଞ୍ଚା ଯିବ ସେନେଇ ସମସ୍ତ ଗଣମାଧ୍ୟମ ଜୋରଦାର ପ୍ରୟାସ କରୁଥିବା ପାଦେ ଆଗରେ ଅଛି ନିଉଜ ୱାର୍ଲଡ ଓଡିଶା I ଜାତୀୟ ଖେଳ ହକି ଓଡ଼ିଶାରେ ଆୟୋଜନ ହେଉଥିବାରୁ ଟିଭି ଚାନେଲ ନିଉଜ ୱାର୍ଲଡ ଓଡିଶା ର ସମସ୍ତ ସଦସ୍ୟ ରବିବାର ଦିନ ହକି ଜର୍ସି ପିନ୍ଧି ବ୍ୟୁରୋ ଅଫିସ ରେ ହକି କୁ ସ୍ୱାଗତ କରିବା ସହିତ ଏକ ଦାୟିତ୍ୱବାନ ଗଣମାଧ୍ୟମ ଭାବରେ ଟିକ୍ ନିକ ନିର୍ଭୁଲ ତଥ୍ୟ ପ୍ରସାରଣ କରି ହକି କୁ କିପରି ଲୋକଙ୍କ ପାଖରେ ପହଞ୍ଚାଇ ଅଧିକ ଲୋକପ୍ରିୟ କରାଯାଇପାରିବ ସେ ନେଇ ପୁରା ଜୋରଦାର ପ୍ରୟାସ ଜାରି ରହିଛି I

ସମ୍ପୃକ୍ତ କାର୍ଯ୍ୟକ୍ରମ ରେ ନିଉଜ ୱାର୍ଲଡ ଓଡ଼ିଶାର ମୁଖ୍ୟ ସମ୍ପାଦକ ଭକ୍ତ ତ୍ରିପାଠୀ ,ଭୁଦୀପ ମହାନ୍ତି ,ରଙ୍ଗାଧର ପଣ୍ଡା ,ପାର୍ଥସାରଥୀ ରାଉତ ,ଅବିନାଶ ମହାପାତ୍ର ସାମିଲ ହେଇ ହକିକୁ ସ୍ୱାଗତ କରିବା ସହିତ ହକି ବିଶ୍ୱକପ କୁ ଅଭିନନ୍ଦନ ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *