୨୭ ତାରିଖ ରେ ବିଜେପି ରେ ଯୋଗ ଦେଉଛନ୍ତି ଅପରାଜିତା ଷଡ଼ଙ୍ଗୀ? ବିଜେପି କୁ ମିଳିଗଲା କି ମୁଖ୍ୟ ନେତ୍ରୀ?

ଦୀର୍ଘ ଦିନ ଧରି ହୋଇ ଆସୁଥିବା ଚର୍ଚ୍ଚା ର ଆଜି ଅନ୍ତ ଘଟିଛି। ଆସନ୍ତା 27 ତାରିଖ ରେ ବିଧିବଦ୍ଧ ଭାବେ ବିଜେପି ରେ ଯୋଗ ଦେବେ ଅପରାଜିତା ଷଡ଼ଙ୍ଗୀ। ଏହି ମିଶ୍ରଣ ପର୍ବ ରେ ବିଜେପି ର ତୁଙ୍ଗ ନେତା ମାନେ ସାମିଲ ହେବେ ବୋଲି ଜଣା ଯାଇଛି। ୨

୭ ତାରିଖ ଦିନ ଅପରାଜିତା ଷଡ଼ଙ୍ଗୀ ଦିଲ୍ଲୀ ଠାରେ ବିଜେପି ରେ ଯୋଗ ଦେବା ପରେ ୨୮ ତାରିଖ ଦିନ ସେ ଓଡ଼ିଶା ଫେରିବେ ବୋଲି ଜଣା ଯାଇଛି। ଓଡ଼ିଶା ରେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରା ରେ ପାର୍ଟୀ ଅଫିସ କୁ ନିଆଯିବ ବୋଲି ଯୋଜନା କରାଯାଇଛି। ତେବେ ରାଜନୀତି ରେ ସେ କେଉ ଭୂମିକା ରେ ଅବତୀର୍ଣ୍ଣ ହେବେ ତାହା ଏ ଯାଏ ଜନାଯାଇନି।
୧୯୯୪ ବ୍ୟାଚ ର ଆଇ ଏ ଏସ୍ ହେଉଛନ୍ତି ଅପରାଜିତା। କେନ୍ଦ୍ରୀୟ ଡେପୁଟିସନ୍ ରେ ଯାଇଥିବା ଅପରାଜିତା ୧୧ ବର୍ଷ ଚାକିରି ବାକିଥିବା ବେଳେ ସ୍ଵେଚ୍ଛାକୃତ ଅବସର ନେବାକୁ ସେ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ।

ଆଉ ଏହା ପରେ ଅପରାଜିତା ରାଜନୀତି ରେ ପ୍ରବେଶ କରିଥିଲେ। କିନ୍ତୁ ସେ କେଉଁ ଦଳ ରେ ଯୋଗ ଦେବେ ସେ ନେଇ ସେ ଲୋକମାନଙ୍କୁ ଦ୍ଵନ୍ଦ ରେ ରଖିଥିଲେ ପ୍ରସାସୀକା। କିନ୍ତୁ ସେ ବିଜେପି ରେ ଯୋଗ ଦେଇ ସମସ୍ତ ଦ୍ଵନ୍ଦ ର ସ୍ପଷ୍ଟ କରିଦେଇଛନ୍ତି। ଯାହାକୁ ନେଇ ବିଜେପି ର ଶିବିର ବେଶ୍ ଉତ୍ସାହିତ ଦେଖିବାକୁ ମିଳିଛି। ତେବେ ଅପରାଜିତା ପଦ୍ମ ଦଳ ରେ ଯୋଗ ଦେଲେ ୨୦୧୯ ରେ ରାଜ୍ୟ ରାଜନୀତି ରେ ପ୍ରଶାସକ ମାନଙ୍କ ମଧ୍ୟରେ ଲଢେ଼ଇ ଦେଖିବାକୁ ମିଳିବ ବୋଲି ଏବେ ଠୁ ଚର୍ଚ୍ଚା କରାଗଲାଣି।

Leave a Reply

Your email address will not be published. Required fields are marked *