ଆଉ ନାହାନ୍ତି ପ୍ରସିଦ୍ଧ ଗାୟକ ମହମ୍ମଦ ଅଜିଜ ,

ନିଜ ସୁମଧୁର ଲଳିତ ସ୍ୱର ରେ ସାରା ଭାରତ ର ଶ୍ରୋତା ଙ୍କୁ କିମିଆ କରିଥିବା ବରିଷ୍ଠ ଗାୟକ ମହମ୍ମଦ ଅଜିଜ ଆଉ ନାହାନ୍ତି I ଆଜି ୬୪ ବର୍ଷ ବୟସ ରେ ମୁମ୍ବାଇ ନାନାବତୀ ହସ୍ପିଟାଲରେ ହୃଦଘାତ ରେ ତାଙ୍କର ମୃତ୍ୟୁ ହେଇଚି I ବଲିୟୁଡ଼ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ମହମ୍ମଦ ଅଜିଜ ଓଡ଼ିଶାରେ ମଧ୍ୟ ଅନେକ ଓଡ଼ିଆ ଗୀତ ଗାଇ ଦର୍ଶକ ଙ୍କ ମନ ଜିଣିପାରିଥିଲେ I 1988 ରୁ ତେରି ବେୱାଫା ଗୀତ ଗାଈ ନିଜର ସଂଗୀତ ଜୀବନ ଆରମ୍ଭ କରିଥିବା ମହମ୍ମଦ ଅଜିଜ ୟା ମଧ୍ୟରେ ପାଖାପାଖି 20ହଜାର ରୁ ଉର୍ଧ ଗୀତ ଗାଇଛନ୍ତି I ତାଙ୍କ ଅକାଳ ବିୟୋଗ ରେ ସାରା ଭାରତ ରେ ଗଭୀର ଶୋକ ଖେଳି ଯାଇଛି I

Leave a Reply

Your email address will not be published. Required fields are marked *