ପଦ୍ମ ଫୁଲ ଧରିଲେ ଅପରାଜିତା ଷଡ଼ଙ୍ଗୀ

ଦୀର୍ଘ ଦିନ ଧରି ଲାଗିରହିଥିବା ଚର୍ଚ୍ଚା ର ଅବସାନ ଘଟାଇ ଶେଷରେ ଆଜି ବିଜେପି ରେ ଯୋଗ ଦେଇଛନ୍ତି ବଳିଷ୍ଠ ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ I ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟୀର ବାସଭବନରେ ବିଧିବଧ ଭାବରେ ଆଜି ବିଜେପି ରେ ଯୋଗ ଦେଇଛନ୍ତି ଅପରାଜିତା I ଅମିତ ଶାହା ତାଙ୍କୁ ସ୍ୱାଗତ କରିଥିବା ବେଳେ ଓଡ଼ିଶା ପ୍ରଭାରୀ ଅରୁଣ ସିଂ,ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ସଭାପତି ବସନ୍ତ ପ୍ରଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I ସୂଚନା ଥାଉ କି ୧୯୯୪ ବ୍ୟାଚ୍‌ର ଏହି ଆଇଏଏସ୍‌ ଓଡ଼ିଶାର ଶିକ୍ଷା ବିଭାଗ ସହିତ ବିଏମସି ରେ ସଂସ୍କାର ଆଣିଥିଲେ I

ଯେଉଁ ବିଭାଗ କୁ ଯାଇଛନ୍ତି ତାଙ୍କ କର୍ତବ୍ୟ ପାଇଁ ସବୁଯାଗାରେ ସୁନାମ ଅର୍ଜନ କରିଛନ୍ତି I ନିଜ ଚାକିରିରୁ ସ୍ବେଛାକୃତ ଅବସର ନେଇ ରାଜନୀତି କୁ ଆସିବାକୁ ମନସ୍ତ କରିଥିବା ଷଡ଼ଙ୍ଗୀ ଶେଷରେ ଆଜି ବିଜେପି ରେ ଯୋଗ ଦେଇଛନ୍ତି I ଏବଂ ଆଗାମୀ ଦିନରେ ଓଡ଼ିଶାରସ୍ୱାର୍ଥ ପାଇଁ ଭୁବନେଶ୍ୱର ରୁ ଲଢ଼ିବା ଏକ ପ୍ରକାର ନିଛିନ୍ତ ହେଇଥିବା ବେଳେ ଦଳତରଫ ରୁ ତାଙ୍କ ନିର୍ବାଚନୀ ଲଢ଼ିବା ନେଇ କୌଣସି ପ୍ରତିକ୍ରିୟା ମିଳିପାରିନି I

Leave a Reply

Your email address will not be published. Required fields are marked *