ଭାରତୀୟ ରେଳ ର ନାମ ପରିବର୍ତ୍ତନ କରି ଆଦାନୀ ରେଳୱେ ଏବଂ ବାୟୁ ସେନା ର ନାମ ଅମ୍ବାନୀ ବାୟୁ ସେନା କରିଦେବା ଉଚିତ୍: ରାହୁଲ ଗାନ୍ଧୀ

ରାଜସ୍ଥାନ ବିଧାନ ସଭା ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ରେ ଚାଲିଛି। ପ୍ରଚାର ସମୟ ରେ କଂଗ୍ରେସ ଓ ବିଜେଡି ପରସ୍ପର କୁ ଟାର୍ଗେଟ କରୁଛନ୍ତି। ଆଉ ଏହି ଭଳି ସମୟ ରେ ଯାଲୋର୍ ରେ ହେଉଥିବା ଏକ ନିର୍ବାଚନୀ ସଭା ରେ ବିଜେପି ସରକାର ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଉପରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ପ୍ରବଳ ବର୍ଷିଛନ୍ତି।

ସିଧା ସଳଖ ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶରେ ମୋଟ ରେଳୱେ ବଜେଟ୍ ୧ ଲକ୍ଷ ୨୦ ହଜାର ଟଙ୍କା ଟପି ଗଲାଣି। କିନ୍ତୁ ଏହାର ଫାଇଦା ଜନତାଙ୍କୁ ମିଳୁନାହି ବରଂ ଆଦାନୀ ଗ୍ରୁପ୍ ଏହାର ଫାଇଦା ପାଉଛନ୍ତି। ତେଣୁ ଏହାର ନାମ ପରିବର୍ତ୍ତନ କରି ଆଦାନୀ ରେଳୱେ ଦେବା ଆବଶ୍ୟକ ବୋଲି ରାହୁଲ କହିଛନ୍ତି। ସେହିପରି ଭାରତୀୟ ବାୟୁସେନା ର ନପା ପରିବର୍ତନ କରି ଅମ୍ବାନୀ ବାୟୁସେନା ରଖିବାକୁ ରାହୁଲ କହିଛନ୍ତି।

ପ୍ରଧନମନ୍ତ୍ରୀ ମୋଦି ବାରମ୍ବାର ଦେଶର ପ୍ରତିରକ୍ଷା ଉପରେ ଜୋର୍ ଦେଇ ଆସୁଛନ୍ତି କିନ୍ତୁ ବାସ୍ତବ କଥା ହେଲା ଯେ ଯୁପିଏ ସରକାର ସମୟରେ ବାୟୁସେନା କୁ ୧୨୬ ଟି ବିମାନ କ୍ରୟ କରିବାକୁ ଅନୁମତି ଦିଆଯାଇଥିଲା । ସରକାର ଚାହୁଥିଲେ ଏହି ବିମାନ ଗୁଡ଼ିକ ଦେଶରେ ତିଆରି କରିବାପାଇଁ। ଏହା ଫଳରେ ଦେଶର ଯୁବକ ଯୁବତୀ ନିଯୁକ୍ତି ପାଇଯିବେ।ଏଥିପାଇଁ ବିମାନ ଗୁଡ଼ିକୁ ( ହାଲ୍) ରେ ନିର୍ମାଣ କରିବାକୁ ଚୁକ୍ତି କରାଯାଇଥିଲା। କିନ୍ତୁ ୨୦୧୪ ପରେ ସରକାର ବଦଳିବା ପରେ ସବୁକିଛି ବଦଳି ଗଲା। ଦେଶର ପ୍ରଧାନ ମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି।

ଆଉ ଅନିଲ ଅମ୍ବାନୀ ଙ୍କ ସହ ଫ୍ରାନ୍ସ ଯାଇ ଭାରତୀୟ ବାୟୁସେନା ପାଇ ବିମାନ କିଣିବାକୁ ଡିଲ କରିଥିଲେ। ତେବେ ୧୨୬ ବଦଳରେ କେବଳ ୩୬ ଟି ବିମାନ କିଣିବାକୁ ଫ୍ରାନ୍ସ ସହ ଚୁକ୍ତି ହୋଇଥିଲା। ଏହାଛଡା ଜୁପିଏ ସରକାର ସମୟରେ ଗୋଟିଏ ବିମାନ ପାଇ ୫୨୬ ଟଙ୍କା ଯୋଉ ଚୁକ୍ତି ହୋଇଥିଲା ସେଥିରେ ପରିବର୍ତନ କରି ଗୋଟିଏ ବିମାନ ର ମୂଲ୍ୟ ୧୬୦୦ କୋଟି ଟଙ୍କା କୁ ବୃଦ୍ଧି କରାଯାଇଛି।
ଏହାଛଡା ରାଫେଲ ଭଳିଏତେ ବଡ଼ ଦୁର୍ନୀତି ର ଯେତେବେଳେ ସିବିଆଇ ଯାଞ୍ଚ୍ କରିବାକୁ ବାହାରିଲା ସେତବଲେ ସିବିଆଇ ଙ୍କୁ ତାଙ୍କ ପଦବୀ ରୁ ହଟାଇ ଦିଆଗଲା।

କାରଣ ଏହା ଯାଞ୍ଚ୍ ହୋଇଥିଲେ ମୋଦି ଓ ଅମ୍ବାନୀ ଙ୍କ ନାଆଁ ସାମ୍ନାକୁ ଆସିଥାନ୍ତା ବୋଲି କହିଛନ୍ତି ରାହୁଲ। ସେ ପୁଣି ବି କହିଛନ୍ତି ଦିନେ ମୋଦି କହିଥିଲେ ଅଛେ ଦିନ ଆସିବ କହିଥିଲେ ମୋଦି କିନ୍ତୁ ଏହି ଚାରି ବର୍ଷ ଭିତରେ ତାହା ବଦଳିଗଲା।
ଏସବୁକୁ ବାଦ୍ ଦେଇ ରାହୁଲ GST ପ୍ରସଙ୍ଗ ରେ କହିଛନ୍ତି ଯେ କଂଗ୍ରେସ ସମୟରେ ବି GST ଆଣିବାକୁ କୁହାଯାଇଥିଲା । କଂଗ୍ରେସ ର GST ହେଉଛି ଏହା ଦେଶର ଏକ ଟିକସ ବ୍ୟବସ୍ଥା ଯାହାକି ଲୋକମାନଙ୍କ ଠୁ ସବୁଠୁ କମ୍ ଟିକସ ଅଣାଯିବ।

ଏପରିକି ଯୋଉ ଜିନିଷ ଗରିବ ଲୋକମାନେ ବ୍ୟବହାର କରୁଥିଲେ ସେ ଜିନିଷ ଉପରେ ଟିକସ ନିଆଯିବ ନାହିଁ ବୋଲି ମଧ୍ୟ ସ୍ତିର କରାଯାଇଥିଲା। କିନ୍ତୁ ମୋଦି ସରକାର ଯୋଉ ଟିକସ ବ୍ୟବସ୍ଥା ପ୍ରଚଳନ କଲେ ତାହା ଦ୍ବାରା ଭିନ୍ନ ଭିନ୍ନ ଜିନିଷର ଭିନ୍ନ ଭିନ୍ନ ଟିକସ ବ୍ୟବସ୍ଥା ଲାଗୁ କରାଗଲା ଯାହା ଦ୍ଵାରା ଫାଇଦା ସିଧା ସଳଖ ୧୦ ରୁ ୧୫ ଜଣଙ୍କୁ ମିଳୁଛି ବୋଲି ରାହୁଲ କହିଛନ୍ତି।

Leave a Reply

Your email address will not be published. Required fields are marked *