ବାରବାଟୀ ରେ ସଲମାନ ,ଭାଇଜାନ ଙ୍କ ପାଇଁ କଟକ ରେ ପ୍ରବଳ ଭିଡ଼

ହକି କୁ ନେଇ ସାରା ରାଜ୍ୟରେ ଜୋରଦାର ପ୍ରଚାର ପ୍ରସାର ଚାଲିଥିବା ବେଳେ ,ପ୍ରଥମ ଥର ପାଇଁ ଏଆର ରହମାନ ,ଶାହରୁଖ ,ମାଧୁରୀ ଆସି ଓଡ଼ିଶାରେ ହକି ପାଇଁ ଜଳୱା ଦେଖାଇ ସାରିଥିବା ବେଳେ ଆଜି ଭାଇଜାନ କଟକ ବାରବାଟୀ ରେ ପହଞ୍ଚିଛନ୍ତି I ପୁରୁଷ ହକି କୁ ସ୍ୱାଗତ ସହିତ ଅଭିନନ୍ଦନ ଜଣାଇବାକୁ ଭାଇଜାନ ପୂର୍ବରୁ ପ୍ରତିଶୃତି ଦେଇଥିଲେ ମଧ୍ୟ କିଛି କାରଣ ବଶତଃ ଗତକାଲି ଆସିପାରିନଥିଲେ କିନ୍ତୁ ଆଜି ଓଡିଶା ଆସିବା ନେଇ ନିଜ ଟ୍ୱିଟର ରେ ଉଲ୍ଲେଖ କରିବା ପରେ ଫ୍ୟାନ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ବଢ଼ିବାରେ ଲାଗିଥିଲା I ଲକ୍ଷ ଲକ୍ଷ ଦର୍ଶକ ଦୀର୍ଘ 5/6ଘଣ୍ଟା ଧରି ଅପେକ୍ଷା କରିଛନ୍ତି ଭାଇଜାନ ଙ୍କ ଟିକେ ଦର୍ଶନ ପାଇଁ I

Leave a Reply

Your email address will not be published. Required fields are marked *