ଅଭିଯୁକ୍ତ କୁ ପୋଲିସ ଗିରଫ କରୁନି ,ନ୍ୟାୟ ପାଇଁ ସୋସିଆଲ ମିଡ଼ିଆର ସାହାରା ନେଲେ ଭାଇ

ଯୌତୁକ ରୁପି ରାକ୍ଷସ ଆଜିକାଲି ଯୁଗରେ ବଡ ସମସ୍ୟା ସୃଷ୍ଟି କରିଛି ,ସାମାନ୍ୟ କେତେଟା ଯୌତୁକ ପାଇଁ ବଳି ପଡୁଛି ନିରୀହ ଜୀବନ I ସେମିତି ଏକ ଘଟଣା ଘଟିଛି ଅଂଚଳ ବନ୍ତ ଆଗରପଡା ରେ I ସାମାନ୍ୟ କେତେଟା ଯୌତୁକ ପାଇଁ ଜଣେ ନବବୋହୂ କୁ ଜୀବନରୁ ମାରିଦେଇଛନ୍ତି ଶାଶୁଘର ଲୋକେ I ଏନେଇ ଭାଇ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଅଭିଯୁକ୍ତ ଙ୍କୁ ଗିରଫ ନକରିବାରୁ ବାଧ୍ୟ ହେଇ ସୋସିଆଲ ମିଡ଼ିଆର ସାହାଯ୍ୟ ନେଇଛନ୍ତି ଭାଇ ଜଣଙ୍କ I ନିଜ ଭଉଣୀ ଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି I

ପ୍ରାପ୍ତ ସୂଚନା ଅନୁଯାଇ ସାବିତ୍ରୀ ଦାସ (ମାନ)ଙ୍କ ସହିତ ରଜନୀ କାନ୍ତଦାସ ଙ୍କ ବିବାହ ବୈଦିକ ମତେ ହେଇଥିଲା I ବିବାହ ସମୟରେ କନ୍ୟାଘର ପକ୍ଷରୁ ଯାନିଯୌତୁକ ଦିଆଯାଇଥିଲା କିନ୍ତୁ ଶାଶୁରଘର ପକ୍ଷରୁ ପୁନର୍ବାର ଯୌତୁକ ମଗାଯାଇଥିଲା I

ଯୌତୁକ ଦେବାରେ ବିଳମ୍ବିତ ହେବାରୁ ସ୍ୱାମୀ ରଜନୀ ,ଏବଂ ତାର ଶାଶୁ,ଦିଅର ,ନଣନ୍ଦ ମିଶି ସାବିତ୍ରୀ ଙ୍କୁ ଜୀବନରୁ ମାରିଦେଇଛନ୍ତି I ଘଟଣାଟି 28ତାରିଖ ରେ ହେଇଥିଲେ ମଧ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରାନଯିବାରୁ ଶେଷରେ ସୋସିଆଲ ମିଡ଼ିଆର ସାହାରା ନେଇଛନ୍ତି ଭଉଣୀ ଙ୍କୁ ହରେଇଥିବା ଭାଇ I

Leave a Reply

Your email address will not be published. Required fields are marked *