ଦାମ ଙ୍କ ନୂଆ ଦଳରେ ଯୋଗ ଦେବାକୁ ଦିଲୀପ ଏବଂ ବିଜୟ ଙ୍କୁ ଆହ୍ୱାନ

ଶୀତ ରେ ରାଜ୍ୟ ଥରୁଥିବା ବେଳେ ବିଜୟ ଏବଂ ଦିଲୀପ ଙ୍କ ଦଳରୁ ଇସ୍ତଫା ନେଇ ରାଜ୍ୟ ରାଜନୀତି ସରଗରମ I ଗତକାଲି ଦୁଇଜଣ ବଳିଷ୍ଠ ରାଜନେତା ବିଜେପି ଛାଡିବା ପରେ ବିଜେଡି ରେ ଯୋଗ ଦେଇପାରନ୍ତି ବୋଲି ଚର୍ଚା ଚାଲୁଥିବା ବେଳେ କଂଗ୍ରେସ ମଧ୍ୟ କହିସାରିଛି ଯେ ଯଦି ଦୁଇଜଣ ଯାକ କଂଗ୍ରେସ ରେ ଯୋଗ ଦେବାକୁ ଚାହିଁବେ ତେବେ ସେମାନଙ୍କୁ ସ୍ୱାଗତ କରାଯିବ I ଅପରପକ୍ଷରେ ବିଜେଡି ରୁ ବହିଷ୍କାର ହେଇଥିବା ଦାମ ରାଉତ ୟା ମଧ୍ୟରେ ନିଜର ଦଳ ଗଠନ କରିସାରିଛନ୍ତି ଯାହାକି ବିଜୁ ସମତା କ୍ରାନ୍ତି ଦଳ ଭାବରେ ନାମିତ ହେଇସାରିଛି I ତେବେ ବିଜେଡି ରେ ଦିଲୀପ ଏବଂ ବିଜୟ ଙ୍କ ଯୋଗଦାନ ଚର୍ଚ୍ଚା କୁ ନେଇ ମୁଂହ ଖୋଲିଛନ୍ତି ଦାମ ରାଉତ I ଏନେଇ କହିଛନ୍ତି ଯେ ଦିଲୀପ ଏବଂ ବିଜୟ ବିଜେଡି ରେ ମିଶିବା ଟା ଠିକ ହେବନି ଯେଉଁ ଦଳ ତାଙ୍କୁ ଅଧା ରୁ ଅପମାନ ଦେଇ ବିଦା କରିଦେଇଛି ସେହି ଦଳରେ ପୁଣିଥରେ ମିଶିବା ପୂର୍ବରୁ ଦିଲୀପ ଏବଂ ବିଜୟ ଭଲକି ଚିନ୍ତାକରି ନିଷ୍ପତି ନେବେ I ନବୀନ ବାବୁ ସମ୍ପୂର୍ଣ୍ଣ ଦୁର୍ନୀତି ରେ ବୁଡି ରହିଛନ୍ତି ତେଣୁ ସେ ଦଳକୁ ନଯାଇ ବିଜୁ ବାବୁଙ୍କ ଅନୁଗତ ଭାବରେ ତାଙ୍କ ନୂଆ ଦଳ ବିଜୁ ସମତା କ୍ରାନ୍ତି ରେ ଯୋଗ ଦେବାକୁ ଆହ୍ୱାନ ଦେଇଛନ୍ତି ଦାମ I

Leave a Reply

Your email address will not be published. Required fields are marked *