ସତସଙ୍ଗ ଆସିଥିବା ବୃଦ୍ଧ ଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର ,ଘଟଣା ସ୍ଥଳରେ ମୃତ

ଯୋରନ୍ଦା ଅନ୍ତର୍ଗତ ଅIମ୍ବବାହାଳୀ ଖଙ୍କର ରେ ଆୟୋଜିତ ସତସଙ୍ଗ ରେ ଯୋଗଦେବାକୁ ଆସିଥିବା ଜଣେ ବୃଦ୍ଧ ଙ୍କ ଉପରେ ଖଙ୍କର ବସଷ୍ଟାଣ୍ଡ ନିକଟରେ ଏକ ଟ୍ରାକ୍ଟର ଚଢି ଯାଇଛି ,ଫଳରେ ଘଟଣା ସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି I ପ୍ରାପ୍ତ ସୂଚନା ଅନୁଯାଇ ବୃଦ୍ଧ ଜଣଙ୍କ ଖଙ୍କର ବସଷ୍ଟାଣ୍ଡ ନିକଟରେ ଏକ ସ୍କୁଟର ରେ ଯାଉଥିବା ବେଳେ ସାମ୍ନାରୁ ଆସୁ ଥିବା ଏକ ଟ୍ରାକ୍ଟର ବୃଦ୍ଧ ଙ୍କ ସହିତ ଧକ୍କା ଦେଇ ଭାରସାମ୍ୟ ହରାଇ ବୃଦ୍ଧ ଙ୍କ ଉପରେ ଟ୍ରାକ୍ଟର ଚଢ଼ାଇଦେଇଥିଲେ I

ଫଳରେ ଘଟଣା ସ୍ଥଳରେ ବୃଦ୍ଧ ଙ୍କର ମୃତ୍ୟୁ ହେଇଛି I ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ସହିତ ଉତ୍ତେଜନା ଲାଗି ରହିଛି I ଟ୍ରାକ୍ଟର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଅଛନ୍ତି ପ୍ରାଥମିକ ଖବର ଅନୁଯାଇ ଟ୍ରାକ୍ଟର ଟି ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କର I ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବୃଦ୍ଧ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *