ସରିଲା ୧୦ ଦିନ ର ଐତିହାସିକ ବାଲି ଯାତ୍ରା।ଜାଣନ୍ତୁ କଣ ଜଣ ନୂଆ ଏବଂ ଘଟଣା ଥିଲା ଏହି ବାଲି ଯାତ୍ରା ର

ଗତ କାଲି ଶେଷ ହୋଇଛି କଟକ ଗଡଗଡିଆ ଘାଟ ରେ ଦୀର୍ଘ ଦଶ ଦିନ ଧରି ଚାଲିଥିବା ବାଲିଯାତ୍ରା। ଶେଷ ଦିନ ରବିବାର ପଡୁଥିବାରୁ ଲୋକମାନଙ୍କ ଭିଡ଼ ସବୁ ରେକର୍ଡ ଭାଙ୍ଗି ଦେଇଛି। ଦିନ ଗୋଟାଏ ବେଳକୁ ଲୋକ ଭିଡ଼ ଆରମ୍ଭ ହୋଇଯାଇଥିଲା। ୪ ଟା ବେଳକୁ ଉଭୟ ମହାନଦୀ ଓ କାଠଯୋଡି ରିଂ ବନ୍ଧ ଜାମ୍ ହୋଇ ଯାଇଥିଲା। ଟ୍ରାଫିକ ଜାମ୍ ହୋଇଯାଇଥିବା ବେଳେ ପୋଲିସ ମାନେ ନାକେଦମ୍ ହୋଇଯାଇଥିଲେ ଏବଂ ବେପାରୀ ମାନେ ମାଲାମାଲ୍ ହୋଇଯାଇଥିଲେ। ଖାସ୍ କରି ଓର୍ମାସ୍ ଷ୍ଟଲ୍ ରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।

ଲୋକ ବର୍ଷକ ପାଇଁ ଘର କରଣା ସାମଗ୍ରୀ କିଣିବା ସହିତ ଖାନା ପିନା ର ମଜା ଉଠାଇଥିଲେ। 10 ଦିନ ର ବାଲିଯାତ୍ରା ରେ ପ୍ରାୟ ୧୦୦ କୋଟି ଟଙ୍କା ର ବେପାର ହୋଇଥିବାର ଆକଳନ କରାଯାଇଛି। ପ୍ରତିବର୍ଷ ବାଲିଯାତ୍ରା 8 ଦିନ ହେଉଥିବା ବେଳେ ଚଳିତ ବର୍ଷ ଏହା 10 ଦିନ ହୋଇଛି। 2 ଦିନ ଅଧିକ ହେଉଥିବାରୁ ଲୋକମାନଙ୍କ ବେଶ୍ ସମାଗମ ହୋଇଥିବା ର ଜଣାଯାଇଛି। କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ କଟକ କୁ ଆସି ବାଲିଯାତ୍ରା ର ମଜା ଉଠେଇଚନ୍ତି। ପ୍ରବଳ ଲୋକଙ୍କ ସମାଗମ ହୋଇଥିବାରୁ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ପ୍ରତି କଡାକଡି ବ୍ୟବସ୍ଥା ହୋଇଥିବା ବେଳେ କିପରି ଭାବରେ ସହର ରେ ଟ୍ରାଫିକ ସମସ୍ୟା ର କୌଣସି ଅସୁବିଧା ହେବନାହିଁ ସେଥି ପ୍ରତି ମଧ୍ୟ ପୋଲିସ ର ତତ୍ପର ଦେଖାଦେଇଥିଲା।

Leave a Reply

Your email address will not be published. Required fields are marked *