ବିଜେପି ର ମୁଖ୍ୟମନ୍ତ୍ରୀ ପ୍ରାଥୀ ହେବା ନେଇ ଏପରି କହିଲେ ଅପରାଜିତା

ବରିଷ୍ଠ ତଥା ଲୋକପ୍ରିୟ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ବିଜେପି ରେ ଯୋଗ ଦେବା ପରେ ଏବେ ତାଙ୍କୁ ନେଇ ରାଜନୈତିକ ମହଲ ରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଅପରାଜିତା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାଥୀ ହେବା ନେଇ ଅପରାଜିତା ଫର ସିଏମ ନାମକ କିଛି ଫେସବୁକ ପେଜ୍ ରେ ସର୍ଭେ ଆରମ୍ଭ ହେଇଯାଇଥିଲା ଯାହାକି ଅପରାଜିତା ଙ୍କ ସହିତ ସିଧାସଳଖ ଧର୍ମେନ୍ଦ୍ର ଏବଂ ନବୀନ ଙ୍କ ମଧ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତୁଳନା କରାଯାଇଥିଲା I ତେବେ ଆଜି ଏକ ଘରୋଇ ମିଡ଼ିଆ ରେ ଜଣେ ଶୁଭେଛୁ ଙ୍କ ପ୍ରଶ୍ନ ରେ ଅପରାଜିତା ମୁଖ୍ୟମନ୍ତ୍ରୀ ପ୍ରାଥୀ ହେବେ କି ? ପ୍ରଶ୍ନ ରେ ନିଜେ ଜବାବ ରଖିଥିଲେ ଅପରାଜିତା ଏବଂ ଏହା ଏକ ଅପ୍ରାସଙ୍ଗିକ ପ୍ରଶ୍ନ ଅଟେ ,ମୁଁ ଏବେ ଦଳରେ ମିଶିଛି ,ରାଜନୀତି ରେ ମୁଁ ଜଣେ ପ୍ରଥମ ଶ୍ରେଣୀର ଛାତ୍ରୀ ,ମତେ ଆଗକୁ ବହୁତ କିଛି ଶିଖିବାର ଅଛି I ଧର୍ମେନ୍ଦ୍ର ବାବୁଙ୍କୁ ମୁଁ ଭକ୍ତି କରେ ତାଙ୍କ ପାଇଁ ଆଜି ବିଜେପି ର ଜଣେ କର୍ମୀ ଭIବରେ ଯୋଗ ଦେଇଛି I

Leave a Reply

Your email address will not be published. Required fields are marked *