ଶୋଇବା ସମୟରେ ଗୀତ ଶୁଣୁଛନ୍ତି କି? ତେବେ ନିଶ୍ଚୟ ପଢନ୍ତୁ ଏହାକୁ

ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଗୀତ ଶୁଣିବା ଏକ ନିଶା।ଯଦି ଆପଣଙ୍କର ମଧ୍ୟ ଗୀତ ଶୁଣିବା ଏକ ନିଶା ଖାସ୍ କରି ରାତିରେ ଗୀତ ଶୁଣିବା ଓ ସୋଇଯିବା ଆପଣଙ୍କର ନିତିଦିନିଆ ଅଭ୍ୟାସ,ତେବେ ଏବେ ଠାରୁ ସାବଧାନ ହୋଇଯାଆନ୍ତୁ କାରଣ ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ,ରାତିରେ ଗୀତ ଶୁଣି ସୋଇଯିବା ଶରୀର ପାଇଁ କ୍ଷତିକାରକ।

ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ଗୀତ ଶୁଣି ଶୁଣି ଶୋଇବା ଦ୍ଵାରା ଆମେ ସମ୍ପୂର୍ଣ୍ଣ ରୂପେ ଶୋଇପାରି ନ ଥାଉ।କାରଣ ସେହି ସମୟରେ ଆମ ମସ୍ତିଷ୍କର କେତେକ ଅଂଶ ସତେଜ ଥାଏ।ଯାହା ଫଳରେ ଆମ ହୃଦସ୍ପନ୍ଦନ ସାଧାରଣ ଠାରୁ ତୀବ୍ର ହୋଇଥାଏ।ଏଣୁ ନିତିଦିନିଆ ଏପରି ଅଭ୍ୟାସ ବିଭିନ୍ନ ପ୍ରକାର ହୃଦସମସ୍ୟା ଉପୂଜାଇଥାୟେ।ଗୀତ ଶୁଣିବା ଦ୍ବାରା ମନ ହାଲକା ହୋଇଥାଏ,ଯାହା ଦ୍ବାରା ତୁରନ୍ତ ନିଦ ଆସିଥାଏ।ଏଥିପାଇଁ ଅଧିକାଂଶ ଲୋକ ଗୀତ ଶୁଣିବା ପାଇଁ ପସନ୍ଦ କରିଥାନ୍ତି।

କିନ୍ତୁ ଆପଣଙ୍କୁ ଜାଣି ରଖିବା ଉଚିତ୍ କି ଗୀତ ଶୁଣିବା ଦ୍ବାରା ଶୀଘ୍ର ନିଦ ଆସିପାରେ ସତ କିନ୍ତୁ ଗୀତ ଶୁଣି ଶୁଣି ଶୋଇବା ଦ୍ଵାରା ଆପଣଙ୍କ ନିଦ୍ରାର ଅର୍ଦ୍ଧେକ ମାତ୍ର କମାଇ ଦେଇଥାଏ।ଯଦି ଆପଣ ଗୀତ ଶୁଣିବାରେ ଅଭ୍ୟସ୍ତ ତେବେ ଶୋଇବା ସ୍ଥାନ ଠାରୁ ଦୂରରେ ଧୀର ଏବଂ ଶୃତିମଧୁର ଗୀତ ଶୁଣିପାରିବେ।

Leave a Reply

Your email address will not be published. Required fields are marked *