ଏଣିକି ୪ ଘଣ୍ଟା ରେ ମିଳିବ ପ୍ୟାନ୍ କାର୍ଡ: ଜାଣନ୍ତୁ କିପରି

ଭାରତୀୟ ଆୟକର ବିଭାଗ ତରଫ ରୁ ଡିସେମ୍ବର ୫ ରେ ପ୍ୟନ୍ କାର୍ଡ କୁ ନେଇ ନିୟମରେ ଅନେକ ପରିବର୍ତନ ହେବାକୁ ଯାଉଛି ଯାହା ହୁଏତ ଆପଣ ଜାଣିଥିବେ।

ତେବେ ଏହା ପାଇଁ ଅନେକ ସ୍ଥାନ ରେ ଏବେ ପ୍ୟାନ କାର୍ଡ ବାଧ୍ୟତା ମୂଳକ ମଧ୍ୟ ହୋଇ ପାରେ। ଏ ସବୁ କୁ ଦୃଷ୍ଟି ରେ ରଖି ଏବଂ ଲୋକ ମାନଙ୍କୁ ଉଚିତ୍ ଗୁଣବତ୍ତା ସେବା ପ୍ରଦାନ କରିବା ପାଇଁ ଏଥର ଆବେଦନ ର ମାତ୍ର ୪ ଘଣ୍ଟା ମଧ୍ୟରେ ମିଳିବ ପ୍ୟାନ କାର୍ଡ।

ଏ ସଂପର୍କ ରେ ସମ୍ପର୍କୀୟ ବିଭାଗ ର ଚେୟାର ମ୍ୟାନ ସୁଶିଲ ଚନ୍ଦ୍ର କହିଛନ୍ତି ଯେ, କିପରି ଲୋକ ମାନଙ୍କୁ ୪ ଘଣ୍ଟା ମଧ୍ୟ ରେ ପ୍ୟାନ କାର୍ଡ ଦିଆଯିବ ସେ ଉପରେ ବର୍ତ୍ତମାନ କାମ ମଧ୍ୟ ଆରମ୍ଭ ହୋଇ ସାରିଲାଣି।

ଆବେଦନ କରି ଙ୍କ ଇ ମେଲ୍ ଆଇଡି କୁ ଡିଜିଟାଲ କାର୍ଡ ମଧ୍ୟ ପଠା ଯିବ ଯାହାକୁ ସେମାନେ ମଧ୍ୟ ପ୍ରିଣ୍ଟ କରି ବ୍ୟବହାର କରି ପାରିବେ।

Leave a Reply

Your email address will not be published. Required fields are marked *