ସରକାରୀ କର୍ମଚାରୀ ଙ୍କୁ ଝଟକା: ଏଣିକି ୫୮ ବୟସ ରେ ନେବାକୁ ପଡ଼ିବ ଅବସର

ସରକାରୀ ଚାକିରିଆ ମନେ ଏଥର ୬୦ ନୁହେଁ ୫୮ ବର୍ଷ ବୟସ ରେ ନେବେ ଅବସର।

ଏହି ନିଷ୍ପତି ଶୁଣାଇଛନ୍ତି ଆଲାହାବାଦ ହାଇକୋର୍ଟ। ଉତ୍ତର ପ୍ରଦେଶ ର ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଲାଗୁ ହେବ ଏହି ନିଷ୍ପତି। ହାଇକୋର୍ଟ ର ଏହି ନିଷ୍ପତି ଚମକାଇ ଦେଇଛି ଉତ୍ତର ପ୍ରଦେଶ ର ସମସ୍ତ ସରକାରୀ ଚାକିରିଆ ଙ୍କୁ।

ସୂଚନା ମୁତାବକ ୨୦୦୧ ମସିହା ରେ ଉତ୍ତର ପ୍ରଦେଶ ରେ ସରକାରୀ ଚାକିରିଆ ଙ୍କ ଅବସର ସୀମା କୁ ବଢାଇ ୬୦ କରାଯାଇଥିଲା। ଏବଂ ବର୍ତ୍ତମାନ ସେଠାରେ ପ୍ରାୟତ ସମସ୍ତ ସରକାରୀ କର୍ମଚାରୀ ୭ମ ବେତନ ର ଅନ୍ତର୍ଭୁକ୍ତ।

କୋର୍ଟ କହିଛନ୍ତି ଯେ ଅବସର ସୀମା କୁ ବଢାଇ ଯେଉଁ ୬୦ କରାଯାଇଥିଲା ତାହା ଠିକ୍ ନୁହେଁ। ତେବେ କୋର୍ଟ ଙ୍କ ଏହି ନିଷ୍ପତି ପରେ ସରକାର ଙ୍କ ପକ୍ଷ ରୁ ଏ ଯାଏ କୌଣସି ପ୍ରତିକ୍ରିୟା ଆସିନି।

Leave a Reply

Your email address will not be published. Required fields are marked *