ଶୀତ ଦିନେ କାଶ ଓ ଥଣ୍ଡା ରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଉପାୟ

ଏହି ଶୀତ ଋତୁ ରେ ହଠାତ୍ ଜଳ ବାୟୁ ର ପରିବର୍ତନ ଯୋଉ ହଠାତ୍ ଥଣ୍ଡା ବା ଜ୍ଵର ହୋଇଥାଏ। ଥଣ୍ଡା ହେଲେ କାଶ ହେବା ଏକ ସାଧାରଣ କଥା। କିନ୍ତୁ ଏବେ ଆମେ ଡାକ୍ତରୀ ଔଷଧ ଉପରେ ଏତେ ନିର୍ଭରଶୀଳ ହୋଇଗଲୁଣି ଯେ ଟିକେ ଥଣ୍ଡା କି ଜ୍ଵର ହେଲେ ଆମେ ଡାକ୍ତରଙ୍କ ପାଖକୁ ଧାଉଁଛେ।

କିନ୍ତୁ ଡାକ୍ତରୀ ଔଷଧ ର ଅନେକ ପାର୍ଶ୍ଵ ପ୍ରତିକ୍ରିୟା ରହିଛି। ଯାହା ଆମ ଶରୀର ରେ ଅନେକ କ୍ଷତି କରିଥାଏ। କିନ୍ତୁ କିଛି ଘରୋଇ ଉପଚାର ମାଧ୍ୟମ ରେ ଆମେ ଥଣ୍ଡା ଓ କାଶ କୁ ରୋକି ପାରିବ।
୧. ତୁଳସୀ ପତ୍ର ଓ ଅଦା ଥଣ୍ଡା ପାଇ ଅବ୍ୟର୍ଥ ହୋଇଥାଏ। ସେଥି ପାଇଁ କିଛି ତୁଳସୀ ପାତ୍ର ଓ ଅଦା କୁ କିଛି ସମୟ ଗରମ୍ କରି ଉଷୁମ ଉଷୁମ ପିଇବା ଦ୍ବାରା ଥଣ୍ଡା ଦୂର ହୋଇଥାଏ।
୨. କ୍ଷୀର ରେ ହଳଦୀ ମିଶାଇ ରାତିରେ ଶୋଇବା ପୁର୍ବରୁ ଗରମ୍ ଗରମ୍ ପିଇବା ଦ୍ବାରା ଥଣ୍ଡା ରୁ ମୁକ୍ତି ମିଳିଥାଏ।

ଏକ ଗ୍ଲାସ୍ କ୍ଷୀର ରେ ଅଧା ଚାମଚ୍ ହଳଦୀ ଗୁଣ୍ଡ ମିଶାଇ ପିଇବା ଦ୍ବାରା ଥଣ୍ଡା ଓ କାଶ ରୁ ଉପଶମ ମିଳିଥାଏ।
୩. ଥଣ୍ଡା ହେଉଥିଲେ ପ୍ରତ୍ୟେକ ଦିନ ଦୁଇ ରୁ ତିନି ଥର ଗରମ୍ ପାଣି ପିଇବ ଦ୍ବାରା ଥଣ୍ଡା ଓ କଫ ରୁ ମୁକ୍ତି ମିଳିଥାଏ।
୪. କିଛି ସୋରିଷ ତେଲ କୁ ନଖ ଉଷୁମ କରି ଦୁଇ ବୁନ୍ଦା ନକ ରେ ପକାଇବା ଦ୍ବାରା ସଖାଳକୁ ବହୁତ୍ ଆରାମ ମିଳିଥାଏ।

୫. ଗୋଲମରିଚ ଓ ଜାଇଫଳ କୁ ସମ ପରିମାଣ ରେ ନେଇ ଗୁଣ୍ଡ କରି ପ୍ରତିଦିନ ସକାଳେ 4 ଗ୍ରାମ ଖାଇବା ଦ୍ଵାରା କାଶ ଭଲ ହୋଇଥାଏ।
୬. ଥଣ୍ଡା ପାଇଁ ରସୁଣ ଖୁବ୍ ଉପକାରୀ। ୩ ରୁ ୪ ପାଖୁଡା ରସୁଣ କୁ ଗରମ୍ ପାଣି ରେ ଫୁଟାଇ ତାକୁ ଦିନ ରେ ୩ ରୁ ୪ ଥର ପିଇବ ଦ୍ବାରା ଥଣ୍ଡା ଓ କାଶ ସମସ୍ୟା ଦେଖାଯାଏ ନାହିଁ।

Leave a Reply

Your email address will not be published. Required fields are marked *