ଅଭିଜିତ କୁ କଣ ଗିରଫ କରୁଛ ଯଦି ଦମ୍ ଅଛି ମତେ ଗିରଫ କରି ଦେଖାଅ :ସୁପ୍ରିମକୋର୍ଟ ର ଅବସରପ୍ରାପ୍ତ ବିଚାରପତି ,କାଟଜୁ

ଓଡିଶା ପ୍ରତି ଥଟ୍ଟା କରି ଦୀର୍ଘ 43ଦିନ ଧରି ଜେଲ ରେ ରହିବା ପରେ ରାଜ୍ୟସରକାର କ୍ଷମା ଦେବା ପରେ ଶେଷରେ ଗତକାଲି ଜେଲ ରୁ ମୁକୁଳିଛନ୍ତି କିନ୍ତୁ ଅଭିଜିତ ଙ୍କ ପରେ ପୁଣି ଥରେ ମୁଁହ ଖୋଲିଛନ୍ତି ସୁପ୍ରିମକୋର୍ଟ ର ଅବସରପ୍ରାପ୍ତ ବିଚାରପତି ,କାଟଜୁ I ନିଜ ଟ୍ୱିଟର ରେ ଟ୍ୱିଟ କରିଛନ୍ତି କି ଓଡ଼ିଆ ମାନେ ମତେ ଗିରଫ କରିବ ??ମୁଁ ମଧ୍ୟ ତୁମକୁ ଥଟ୍ଟା କରିଥିଲି ଏବଂ କ୍ଷମା ମାଗିଥିଲି ଅଭିଜିତ ଆୟାର ମିତ୍ର ପରି I

କିନ୍ତୁ ନିହାତି ଭାବରେ ଜେଲ ରୁ ମୁକୁଳିବା ପୂର୍ବରୁ 43ଦିନ ଥାନାରେ ବନ୍ଦୀ ହେବାକୁ ଚାଁହୁଛି ତେଣୁ କେବେ ଗିରଫ କରିବେ ??ସୂଚନା ଥାଉ କି ଅକ୍ଟାବର 10ତାରିଖ ଦିନ ଓଡିଶା ବାସୀଙ୍କୁ ଥଟା କରି କାଟଯୁ ଲେଖିଥିଲେ ଯେ ମତେ ଓଡ଼ିଆ ଙ୍କ ବିଷୟରେ ଲେଖିବାକୁ କୁହାଯାଇଥିଲା କିନ୍ତୁ ଓଡ଼ିଆ ଗରିବ ଗୁଡାକ ସେମାନଙ୍କ ବିଷୟରେ କଣ ଲେଖିବି ??ସମ୍ରାଟ ଅଶୋକ ଠାରୁ ହାରି ଅବସାଦଗ୍ରସ୍ତ ହେଇଯାଇଛନ୍ତି ଏବଂ ଜଗନ୍ନାଥ ଙ୍କୁ ପ୍ରାଥନା କରୁଛନ୍ତି ବିହାରୀ ଙ୍କ ଠାରୁ ପ୍ରତିଶୋଧ ନେବାକୁ ,ଏପରି ମନ୍ତବ୍ୟ ଦେଇଥିଲେ I

ଏବଂ ତାଙ୍କୁ ନେଇ ଓଡ଼ିଶାରେ ଜୋରଦାର ହୋ ହାଲ୍ଲା ହେବା ପରେ ଶେଷରେ କ୍ଷମା ମାଗିଥିଲେ ଏବେ କିନ୍ତୁ ପୁଣି ଥରେ ଚାଲେଞ୍ଜ କରିଛନ୍ତି ତାଙ୍କ ପୂର୍ବ ଥଟା ପାଇଁ I ତେବେ କଣ ତାଙ୍କୁ ଗିରଫ ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଙ୍କ ସମେତ ବିଜେଡି ନେତାଏ ଗୃହରେ ପ୍ରସ୍ତାବ ରଖିବେ ?? ନା କାଟଯୁ ଏପରି ବାରମ୍ବାର ଥଟା କରିଚାଲୁଥିବେ ??

Leave a Reply

Your email address will not be published. Required fields are marked *