କାର୍ଯ୍ୟକ୍ରମକୁ କୁ ଡାକିଲେନି ବୋଲି ରାତିଅଧରେ ଟେଣ୍ଟ ଭାଙ୍ଗି,ନିର୍ଧୁମ ପିଟିଲେ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ

ନିଜର ଦାଦାଗିରି ପାଇଁ ସବୁବେଳେ ଚର୍ଚିତ ଥିବା ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କ ବିରୁଦ୍ଧରେ ପୁଣି ଆସିଛି ଆଉ ଏକ ଦାଦାଗିରି ର ଅଭିଯୋଗ I ପ୍ରାପ୍ତ ସୂଚନା ଅନୁଯାଇ ଗତକାଲି ସେବା ଅନୁଷ୍ଠାନ ତରଫରୁ ଏକ କାର୍ଯ୍ୟକ୍ରମ ବେଗୁନିଆ ମିନି ଷ୍ଟାଡିୟମରେ ଆୟୋଜନ କରାଯାଉଥିଲା I କିନ୍ତୁ କୌଣସି କାରଣ ବଶତ ବିଧାୟକ ପ୍ରଶାନ୍ତ ଙ୍କୁ କାର୍ଯ୍ୟକ୍ରମ କୁ ଡକାଯାଇନଥିଲା I ଏଥିରେ ଉତକ୍ଷିପ୍ତ ହେଇ ରାତି ଅଧିଆ ବିଧାୟକ ତାଙ୍କ ସହକର୍ମୀ ଙ୍କ ସହିତ ଟେଂଟ ଭାଙ୍ଗିଦେଇଥିଲେ

ଏବଂ ଉପସ୍ଥିତ ସଦସ୍ୟ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ମାଡ ମାରିଥିଲେ ଏନେଇ ସେମାନେ ଲିଖିତ ଭାବରେ ଥାନାରେ ଅଭିଯୋଗ କରିଛନ୍ତି I ତେବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ତେବେ ବିଧାୟକ ଙ୍କ ପାଇଁ ଏହା ନୂଆ ନୁହେଁ ପୂର୍ବରୁ ମଧ୍ୟ ଏଭଳି ଅନେକ ସଂଗୀନ ଅଭିଯୋଗ ବିଧାୟକ ଙ୍କ ନାମରେ ଆସିଛି I ସୂଚନା ଥାଉ କି ନିକଟ ଅତୀତ ରେ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ କୁଶପଲ୍ଲା ଖେଳପଡିଆରେ ଏକ ବିଶାଳ ସମାବେଶ କରିଥିଲେ ଯେଉଁଥିରେ କି ପ୍ରଶାନ୍ତ ଜୋର ଜବରଦସ୍ତ ପଶି ଖାଇବା ଜିନିଷ ସବୁ ନଷ୍ଟ କରିଦେଇ

କର୍ମୀ ଙ୍କୁ ଗାଳିଗୁଲଜ କରିଥିଲେ ଫଳରେ କିଛି ଅସନ୍ତୁଷ୍ଟ ବିଧାୟକ ଙ୍କ ଉପରକୁ ପାଣି ପାଉଚ ମାଡ କରିଥିଲେ I

Leave a Reply

Your email address will not be published. Required fields are marked *