ରାସ୍ତାରେ ଚାଲୁଥିବା ବେଳେ ହଠାତ ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗତକାଲି ରାସ୍ତାରେ ଚାଲୁଥିବା ବେଳେ ହଠାତ ଏକ ଚଳନ୍ତା ବସ ରେ ନିଆଁ ଲାଗିଯାଇଥିଲା ଏବଂ ବସ ରୁ ବହୁତ ଜୋରରେ ଧୂଆଁ ବାହାରିଥିଲା I ଗାଡ଼ିରେ ଥିବା ଯାତ୍ରୀମାନେ ଜୀବନ ବଞ୍ଚାଇ ଯେ ଯୁଆଡେ ପାରିଲେ ଧାଇଁ ବାରେ ଲାଗିଲେ I ତେବେ ଭଗବାନ ଙ୍କ କୃପାରୁ କିଛି ଅଘଟଣ ଘଟିନଥିଲା I ଘଟଣାଟି କେନ୍ଦୁଝର ଜାତୀୟ ରାଜପଥ-୨ର ନରଣପୁର ନିକଟରେ I ବସ ଟିର ନାମ ତାରିଣୀ ପ୍ରସାଦ I ପ୍ରାପ୍ତ ସୂଚନା ଅନୁଯାଇ ଗତକାଲି କେନ୍ଦୁଝର ରୁ ବସ ଟି ଯାତ୍ରୀ ନେଇ ଘଟଗାଁ ଯାଉଥିଲା I ତେବେ ହଠାତ ଏପରି ପ୍ରବଳ ବେଗରେ ଧୂଆଁ ବାହାରିବା ସର୍ଟ ଶର୍କିଟ କାରଣ ହେଇଥାଇପାରେ ବୋଲି ଆକଳନ କରାଯାଉଛି I

Leave a Reply

Your email address will not be published. Required fields are marked *