ସାନ ଭଉଣୀ କୁ ମନାଇବାକୁ ଉଦ୍ୟମ କରି ବଡ ଭଉଣୀ ମିଛରେ ଆତ୍ମହତ୍ୟା କରୁଥିବା ବେଳେ ଚାଲିଗଲା ଜୀବନ

କୁହାଯାଏ ମୃତ୍ୟୁ କେତେବେଳେ କେମିତି ଆସେ କାହାକୁ ଜଣାନଥାଏ I ସେମିତି ଏକ ଦୁର୍ଘଟଣା ଘଟିଛି କେନ୍ଦ୍ରାପଡାରେ I ଦୁଇ ଭଉଣୀ ଙ୍କ ମଧ୍ୟରେ ଝଗଡା ଲାଗିଥିଲା ସାନ ଭଉଣୀ କୁ ପାନେ ଦେବାକୁ ବଡ ଭଉଣୀ ଡ଼ରେଇବା ପାଇଁ ଏକ ରଶି ନେଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା ଏବଂ କହିଥିଲା ସବୁବେଳେ ଝଗଡା କରୁଛୁ ଦେଖ ମୁଁ ଆଜି ମରିବାକୁ ଯାଉଛି I କିନ୍ତୁ ସାନ ଭଉଣୀ ଶୁଣିନଥିଲା ଭାବିଥିଲା ଝଗଡା ପାଇଁ ବୋଧେ ଏମିତି ମଜାକ କରୁଛି ଅପା I ବଡ ଭଉଣୀ ମଧ୍ୟ ଡରେଇବାକୁ ଯାଇ ଏକ ରଶି ସାହାଯ୍ୟରେ ଝୁଲିପଡିଥିଲା I

କିନ୍ତୁ ମୃତ୍ୟୁ ବୋଧେ ସେଇଠାରେ ଲୁଚି ରହିଥିଲା I ଅକସ୍ମାତ କେହି କିଛି ବୁଝିବା ଆଗରୁ ବଡ ଭଉଣୀ ର ଜୀବନ ଚାଲିଯାଇଥିଲା I ଘଟଣା ସ୍ଥଳରେ ପରିବାର ଲୋକେ କାନ୍ଦବୋବାଳୀ ପଡିଯାଇଥିଲା I ପ୍ରାପ୍ତ ସୂଚନା ଅନୁଯାଇ ଝିଅ ଟିର ନାମ ମୋନାଲିଶା ସୁତାର I ଘର କେନ୍ଦ୍ରାପଡା ର ନିକିରାଇ ଥାନାବାରୋ ଗ୍ରାମରେ I ବାପା ଙ୍କ ନାମ ସୁକାନ୍ତ ସୂତାର । ମୋନାଲିଶା ଙ୍କର ମଧ୍ୟ ଅନ୍ୟ ତିନୋଟି ଭଉଣୀ ଅଛନ୍ତି I

Leave a Reply

Your email address will not be published. Required fields are marked *