ଥଣ୍ଡା ପାନୀୟ ପିଇବା ଦ୍ଵାରା ହୋଇଥାଏ ଏହି ସବୁ ରୋଗ

ଅଧିକାଂଶ ଲୋକ ଖରାଦିନେ ଶୋଷ ମେଣ୍ଟାଇବା ପାଇଁ cold drinks ପିଇଥାନ୍ତି। କିନ୍ତୁ ଏହା ଶରୀର ପାଇ କ୍ଷତିକାରକ ଅଟେ। ଗୋଟିଏ ୩୦୦ ml cold drinks bottle ରେ ୩୫ ଗ୍ରାମ ଚିନି ରହିଥାଏ। ତେଣୁ ଗୋଟିଏ ଗ୍ଲାସ୍ cold drinks ପିଇବା ଯୋଗୁ ଆମ ଶରୀର ଭିତରକୁ ଏକାଥରକେ ୧୦ ଚାମଚ୍ ଚିନି ଯାଇଥାଏ। ଏହା ଆମ ରକ୍ତ ରେ ସୁଗାର ର ମାତ୍ରା କୁ ହଠାତ୍ ବଢାଇଦେଇଥାଏ।

Cold drinks ର ମିଠା ପଣ ଦୂର କରିବା ପାଇଁ ଏଥିରେ phosphoric acid ମିଶାଯାଇଥାଏ। ଯାହା ଫଳରେ ଏହାର ମିଠାପଣ ଆମକୁ ଜଣା ଯାଇଥାଏ। ରକ୍ତ ରେ ସୁଗାର୍ ବଢିଯିବା ଯୋଗୁ insulin କ୍ଷରଣ ମଧ୍ୟ ବଢ଼ିଯାଇଥାଏ। କିନ୍ତୁ ଏତେ ଗୁଡ଼ିଏ sugar କୁ liver ଭଲ ଭାବେ handle କରିପାରେ ନାହିଁ। ଏହି sugar fat ଆକାର ରେ ପରିବର୍ତନ ହୋଇ ଶରୀର ରେ ଜମା ହୋଇଥାଏ। ଯାହା ପେଟ ରେ ଚର୍ବି ଯମାଇଥାଏ।
Cold drinks ପିଇବାର 50 ମିନିଟ୍ ପରେ ମସ୍ତିଷ୍କ ରେ ଏକ ପ୍ରକାର କେମିକାଲ କ୍ଷରଣ ହୋଇଥାଏ। ଯାହା ଦ୍ବାରା ଆମକୁ ଖୁସି ଲାଗିଥାଏ।

ଏବଂ ବାରମ୍ବାର ଏହାକୁ ପିଇବାକୁ ଇଛା ହୋଇଥାଏ। ଏବଂ ଧୀରେ ଧୀରେ ଏହା ଆମ ଅଭ୍ୟାସ ରେ ପରିଣତ ହୋଇଥାଏ।
Cold drinks ପିଇବାର 60 ମିନିଟ୍ ପରେ ଏଥିରେ ଥିବା phosphoric acid ଏହାର ପ୍ରଭାବ ଦେଖାଇବା ଆରମ୍ଭ କରିଦେଇଥାଏ। ଶରୀର ରେ ଥିବା ଆବଶ୍ୟକୀୟ ପୋଷକ କ୍ୟାଲସିୟମ, ମ୍ୟାଗ୍ନେଶିୟମ୍ ଏବଂ ଜିଂକ୍ ପରି ଆବଶ୍ୟକୀୟ ତତ୍ତ୍ଵ କୁ ପାକସ୍ଥଳୀ ଆମ ଖୁଦ୍ରନ୍ତ କୁ ପଠାଇଥାଏ। ଯାହା ଫଳରେ ଆମକୁ ପରିସ୍ରା ଲାଗିବ ଆରମ୍ଭ ହୋଇଥାଏ। ତେଣୁ cold drinks ଦ୍ବାରା ଯେତିକି ପାଣି ଆମ ଶରୀର କୁ ଯାଇଥାଏ ସେତିକି ପାଣି ପରିସ୍ରା ମାଧ୍ୟମ ରେ ବାହାରକୁ ବାହାରି ଯାଇଥାଏ।
Cold drinks ପ୍ରସ୍ତୁତ କରିବା ପାଇଁ କୌଣସି ପ୍ରକାର ପ୍ରାକୃତିକ ଫଳ ର ବ୍ୟବହାର ହୋଇନଥାଏ।

ଏଥିରେ ଏମିତି ମଧ୍ୟ କୌଣସି ପୋଷକ ତତ୍ତ୍ଵ ନଥାଏ ଯାହାକି ଆମ ଶରୀର ପାଇ ଉପକାରୀ ହୋଇଥାଏ। ବରଂ ଏହାକୁ ପିଇବା ଦ୍ବାରା ଦାନ୍ତ ରେ ରୋଗ, ଅସ୍ଥି ସମସ୍ୟା, ମଧୁମେହ ରୋଗ ପରି ବିଭିନ୍ନ ପ୍ରକାର ରୋଗ ଦେଖାଯାଇଥାଏ। ଏବଂ ଯେଉଁ ଲୋକମାନେ ମଦ ସହିତ cold drinks ମିଶାଇ ପିଇଥାନ୍ତି ସେମାନଙ୍କୁ liver cirrhisos ହେବାର ଆଶଙ୍କା ଥାଏ। କାରଣ cold drinks re ଥିବା କେମିକାଲ ମଦ ଦ୍ବାରା ପଡୁଥିବା କୁପ୍ରଭାବ କୁ ଦ୍ଵିଗୁଣିତ କରିଦେଇଥାଏ।ତେଣୁ cold drinks ପିଇବା ବଦଳରେ ଫଳ ରସ କିମ୍ବା ଲେମ୍ବୁ ପାଣି ପିଇବା ଆବଶ୍ୟକ।

Leave a Reply

Your email address will not be published. Required fields are marked *