୧୨ ଘଣ୍ଟା ମଧ୍ୟ ରେ ଲଘୁଚାପ ଏବଂ ପ୍ରବଳ ବର୍ଷା ର ସମ୍ଭାବନା

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋସାଗରରେ ସୃଷ୍ଟି ହେବ ଲଘୁଚାପ ବଳୟ।୧୩ ରୁ ୧୪ ତାରିଖ ମଧ୍ୟରେ ଲଘୁଚାପ ବଳୟ ଅବପାତ ରୂପ ନେବ।ପରବର୍ତ୍ତୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଗଭୀର ଅବପାତରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ।ପ୍ରଭାବରେ ଦକ୍ଷିଣ ଭାରତରେ ବିଭିନ୍ନ ରାଜ୍ୟରେ ବର୍ଷା ହେବ।ଏହି ସମୟରେ ଅବପାତ ବାତ୍ୟା ରୂପ ନେଇ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଅଗ୍ରସର ହେବ ବୋଲି ଆକଳନ କରାଯାଇଛି।

ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଆସିବାର ଥିଲେ ମଧ୍ୟ ତାହାର ପ୍ରଭାବ ଓଡ଼ିଶା ଉପକୂଳରେ କିଛି ମାତ୍ରାରେ ପଡ଼ିବ।ବାତ୍ୟା କିମ୍ବା ପବନ ହେବା ନେଇ ଏ ଚିତ୍ର ସ୍ପଷ୍ଟ ହେଉ ନ ଥିଲେ ମଧ୍ୟ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି।ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ୧୬ ତାରିଖ ପରେ ପ୍ରବଳ ବର୍ଷା ହେବାର ଆଶଙ୍କା ପ୍ରକାଶ ପାଇଛି।
ବିଶେଷ କରି ଗଞ୍ଜାମ,ଗଜପତି,କୋରାପୁଟ ଜିଲ୍ଲାରେ ପ୍ରଭାବ ପଡ଼ିବ।ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବି ହାଲକା ବର୍ଷା ହୋଇପାରେ।ଭାରତୀୟ ପାଣିପାଗ ବିଭାଗ ପର୍ବାନୁମାନ କରୁଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବ।ପ୍ରଭାବରେ ସୋମବାର ଠାରୁ ଆଣ୍ଡମାନ ନିକୋବାରରେ ପ୍ରବଳ ବର୍ଷା ଲାଗି ରହିବ।ଏହା ସମୁଦ୍ର ଭିତରେ ରହୁଥିବାରୁ ୧୪ ତାରିଖ ପର୍ଯ୍ୟନ୍ତ ଉପକୂଳ ରେ ରହୁଥିବା ରାଜ୍ୟ ଗୁଡିକରେ ସେଭଳି କିଛି ବିପଦ ନାହିଁ।
ଅନ୍ୟ ପକ୍ଷରେ ଆସନ୍ତା ୩ ଦିନ ମଧ୍ୟରେ ସେଭଳି ଶୀତ ଅନୁଭୂତ ହେବ ନାହିଁ।ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଛି।ଫଳରେ ପଶ୍ଚିମ ଓଡ଼ିଶା ଏବଂ କେନ୍ଦ୍ରୀୟ ଓଡ଼ିଶାର ତାପମାତ୍ରା କିଛି ମାତ୍ରାରେ କମିବ।୧୧ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ଆକାଶ ମେଘୁଆ ରହିବ ତେଣୁ ପାଗ କୋହଲା ରହିବ ଏବଂ ରାତିର ତାପମାତ୍ରା କମିବ।୧୫ ତାରିଖ ସୁଦ୍ଧା ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ।ଅଧିକ ଥଣ୍ଡା ଅନୁଭୂତ ହେବ।

Leave a Reply

Your email address will not be published. Required fields are marked *