କାହିଁକି ଫିଲ୍ମ ଛାଡି ସନ୍ୟାସି ହେଇ ଯାଇଥିଲେ ଶ୍ରୀରାମ ପଣ୍ଡା ପଢନ୍ତୁ ତାଙ୍କ ଜୀବନି

ଦିନ ଥିଲା ସେ ଥିଲେ ଓଡ଼ିଆ ସିନେ ଜଗତର ଅପ୍ରତିଦ୍ଵନ୍ଦୀ ନାୟକ I ହାଇଟ ଯେପରି ଫାଇଟ ବି ସେପରି ,ଦେଖିବାକୁ ମଧ୍ୟ ଥିଲେ ପୁରା ହ୍ୟାଣ୍ଡସମ I ଯେଉଁଥିପାଇଁ 70 ରୁ 80ଦଶକ ଯାଏଁ ଥିଲା ତାଙ୍କ ରାଜୁତି I କହିବାକୁ ଗଲେ ଓଡ଼ିଆ ସିନେମାରେ ଶ୍ରୀରାମ ପଣ୍ଡାଙ୍କ ଦଗଦମା I ତେବେ ସଫଳତା ର ଶୀର୍ଷଦେଶ ଛୁଇଁଥିବା ଶ୍ରୀରାମ ହଠାତ କାହିଁକି ଛାଡିଥିଲେ ସିନେମା ଦୁନିଆ I କେବଳ ସିନେମା ନୁହେଁ ସାଂସାରିକ ମୋହ ମାୟା ତୁଟାଇ ସବୁଦିନ ପାଇଁ ସନ୍ୟାସି ହେଇଯାଇଥିଲେ I ଆଜି ସେ ସ୍ଵାମୀ ନିତ୍ୟଚୈତନ୍ୟ ନାମରେ ବେଶ ପରିଚିତ I

ତେବେ ଚାଲନ୍ତୁ ଜାଣିବା ତାଙ୍କ ଜୀବନୀ ବିଷୟରେ ଏବଂ ସାଂସାରିକ ଜୀବନରୁ ବିରତି ନେଇ ସନ୍ୟାସ ହେବାର ନିଷ୍ପତି ସମ୍ପର୍କ ରେ I ଓଡ଼ିଶାର ନବରଙ୍ଗପୁରଠାରେ ୧୯୫୪ ମସିହାରେ ଜନ୍ମ ନେଇଥିବା ଶ୍ରୀରାମ ୧୯୭୨ ମସିହାରେ ଧରିତ୍ରୀ ଚଳଚ୍ଚିତ୍ର ରେ ଓଡ଼ିଆ ସିନେ ଜଗତକୁ ପ୍ରବେଶ କରିଥିଲେ I ବାସ ଆଉ ପଛକୁ ଫେରି ଚାହିଁନାହାନ୍ତି Iଓଡ଼ିଆ କଳା ପ୍ରତି ତାଙ୍କ ଅହେତୁକ ମୋହ ତାଙ୍କୁ ସଫଳତା ର ଗୋଟେ ପରେ ଗୋଟେ ପାହାଚ ଚଢ଼ାଇବାକୁ ସାହାଯ୍ୟ କଲା

I ଏବଂ ୧୯୭୨ରୁ ୧୯୯୧ମସିହା ଯାଏଁ ଦୀର୍ଘ ଦୁଇ ଦଶନ୍ଧି ଯାଏଁ ସେ ଥିଲେ ସୁପରଷ୍ଟାର I ଅଭିନେତ୍ରୀ ତ୍ରିପୁରା ମିଶ୍ରଙ୍କୁ ବିବାହ କରିଥିଲେ ଶ୍ରୀରାମ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି I ଯାଯାବର, ନାଗଫାଶ, ହିସାବ ନିକାଶ, ଚଳଚିତ୍ରରେ ତାଙ୍କ ଅଭିନୟର ନିଆରା ସଂଳାପ ଆଜିବି ତାଙ୍କ ପ୍ରସଂଶକ ଙ୍କ ମୁଁହରେ ଗୁଣୁଗୁଣେଇ ହୁଏ I ତେବେ ପାଖାପାଖି 50ଟି ସିନେମା କରିଥିବା ଶ୍ରୀରାମ ୧୯୯୧ରେ କୁରୁକ୍ଷେତ୍ର ନାମକ ରେ ଏକ ସିନେମା ଆରମ୍ଭ କରିଥିଲେ ଯାହାକୁ କି ସେ ନିଜେ ପ୍ରଯୋଜନା, ନିର୍ଦ୍ଦେଶନା ଏବଂ ସଂଳାପ ରଚନା କରିଥିଲେ

I କିନ୍ତୁ ଏହି ଚଳଚିତ୍ର ଟି ବିଫଳ ହେଇଯାଇଥିଲା ଯାହାର କି ପ୍ରଭାବ ତାଙ୍କ ଜୀବନ ଉପରେ ପଡିଥିଲା I ଅବଶ୍ୟ ସେତେବେଳେ ସେ ଅଭିନୟର ଶୀର୍ଷରେ ଥିଲେ କିନ୍ତୁ କେଜାଣି କାହିଁକି ହଠାତ ଓଡିଶା ,ସିନେମା ଏବଂ ପ୍ରିୟ ପରିବାର କୁ ଛାଡ଼ି ବିହାର ପଳାଇଥିଲେ ଏବଂ ସେଠାରେ ସନ୍ୟାସ ଗ୍ରହଣ କରିଥିଲେ I ଏବେ ସେ ଏବେ ମୁଙ୍ଗେର ସ୍ଥିତ ବିହାର ସ୍କୁଲ ଅଫ ଯୋଗରେ ଯୋଗଗୁରୁ ସ୍ଵାମୀ ନିତ୍ୟଚୈତନ୍ୟ ଭାବେ ପରିଚିତ I

ତେବେ ଏନେଇ ଶ୍ରୀରାମ କୁହନ୍ତି କି ଦୁନିଆର ଏ ମହାମାୟା ତାଙ୍କୁ ବିଚଳିତ କରିଥିଲା ଏବଂ କୁରୁକ୍ଷେତ୍ର ର ବିଫଳ ପରେ ତାଙ୍କ ଜୀବନରେ କୁରୁକ୍ଷେତ୍ର ଆସିଥିଲା I ଦିବ୍ୟ ଆଲୋକ ସନ୍ଧାନ ରେ ସେ ଥିବାବେଳେ ହଠାତ ସ୍ୱାମୀ ସତ୍ୟାନନ୍ଦ ଙ୍କ ସଂସ୍ପର୍ଶ ରେ ଆସିଥିଲେ ଏବଂ ସେବେଠୁ ସେ ସନ୍ୟାସ ରେ ପରିଣତ ହେଇଯାଇଛନ୍ତି I

Leave a Reply

Your email address will not be published. Required fields are marked *