ବନ୍ଧା ହେଲେ ଭଣ୍ଡାରିପୋଖରୀ ଥାନା ଅଧିକାରୀ, ଟୋଲ ଗେଟ ପାଖରେ ମାଡି ବସିଲା ଭିଜିଲାନ୍ସ

କୁହାଯାଏ ଚାକିରୀ କରିବ ପୋଲିସ ମାଛ ଖାଇବ ଇଲିସି I ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ରହିଥାନ୍ତି କିନ୍ତୁ ଅଧିକାଂଶ ସମୟରେ ଦେଖାଯାଇଛି କିଛି ପୋଲିସ ନିଜର ପାୱାର କୁ ବ୍ୟବହାର କରି ସାଧାରଣ ଲୋକଙ୍କୁ ହଇରାଣ କରିଥାନ୍ତି ତ ଆଉ କେତେକ ଦୁର୍ନୀତି ରେ ଲିପ୍ତ ରହି କୋଟି କୋଟି ଟଙ୍କା କମାଇବାରେ ବ୍ୟସ୍ତ ଥାନ୍ତି I ସେମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନାରେ I ପ୍ରାପ୍ତ ସୂଚନା ଅନୁଯାଇ ଏହି ଥାନାର ଥାନାଧିକାରୀ ଅମିତ କୁମାର ବିଶ୍ୱାଳ ଗତକାଲି ଗିରଫ ହେଇଛନ୍ତି I ଙ୍କୁ ବୁଧବାର ଭିଜିଲାନ୍ସ ଗିରଫ କରିଛି। ବାଲେଶ୍ୱର ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ କୁ ପଠାଇଦେଇଥିଲେ ଏବଂ ଜାମିନ ନାମଞ୍ଜୁର ହେଇଥିଲା ଯାହାଫଳରେ ବିଭାଗୀୟ ହାଜତରେ ଥାନା ବାବୁଙ୍କୁ ରହିବାକୁ ପଡିଛି

Iଥାନା ବାବୁଙ୍କ ବିରୁଦ୍ଧରେ ପୂର୍ବରୁ ବହୁ ଅଭିଯୋଗ ଆସିଥିଲା ତେବେ 11 ଡିସେମ୍ବର ରେ ଶ୍ରୀ ବିଶ୍ୱାଳ ଏକ ଗାଡି ରେ ପାଖାପାଖି 73ହଜାର ଟଙ୍କା ନେଇ ଯାଉଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଭିଜିଲାନ୍ସ ବିଭାଗ ଖବର ପାଇ ୫ ନମ୍ବର ଜାତୀୟ ରାଜପଥର ସେରଗଡ଼ ଟୋଲଗେଟ୍‌ ପାଖରେ ଶ୍ରୀ ବିଶ୍ୱାଳ ଙ୍କୁ ଅଟକାଇ ଯାଞ୍ଚ କରିଥିଲେ ଏବଂ ତାଙ୍କ ପାଖରୁ ନଗଦ 73ହଜାର ଟଙ୍କା ଜବତ କରିଥିଲେ I

କେଉଁଠୁ ଏବଂ କେଉଁଆଡେ ଏ ଟଙ୍କା ନିଆଯାଉଛି ପଚାରିବାରୁ କିଛି କହିପାରିନଥିଲେ ଶ୍ରୀ ବିଶ୍ୱାଳ ତେଣୁ ଘଟଣା ସ୍ଥଳରୁ ତାଙ୍କୁ ଅଟକ ରଖି ଖୋଳତାଡ଼ କରି ତାଙ୍କୁ ଗିରଫ କରାଯାଇଛି I ତାଙ୍କ ସମ୍ପତି ମଧ୍ୟ ତଦନ୍ତ ପରିସରଭୁକ୍ତ ହେବା ବେଳେ ପାଖାପାଖି 1କୋଟି ରୁ ଉର୍ଦ୍ଧ ସମ୍ପତି ର ପ୍ରମାଣ ମିଳିଛି I

Leave a Reply

Your email address will not be published. Required fields are marked *