ବାହା ହେଲେ ଗାୟିକା ତପୁ ମିଶ୍ର

ଓଡ଼ିଆ ସଂଗୀତ ଦୁନିଆର ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଗାୟିକା ତପୁ ମିଶ୍ର ଙ୍କର ଗତକାଲି ବିବାହ ସମ୍ପର୍ଣ୍ଣ ସରିଛି I ଶାଶୁଘର ଚାଲିଯିବି ଗୀତ ରେ ସମସ୍ତଙ୍କ ହୃଦୟ ଚୋରି କରିଥିବା ତପୁ ଙ୍କର ହୃଦୟ ଚୋରି କରି ନେଇଥିଲେ ଦୀପକ I ସବୁ ଝିଅ ର ସ୍ବପ୍ନ ଥାଏ ତା ବର ବାଣ ବଜାଇ ରୋଷଣୀ କରି ତା ଦୁଆରେ ପହଁଚିବ,ଠିକ ସେମିତି ପହଞ୍ଚିଥିଲେ ଦୀପକ ପୁଜାହାରୀ ଏବଂ ତପୁ ଙ୍କ ସହିତ ହାତଗଣ୍ଠି ପଡିଥିଲା I ପୂର୍ବରୁ ଏନେଇ ମଧ୍ୟ ତପୁ ନିଜର ଫେସବୁକ ପ୍ରୋଫାଇଲ ରେ ଦୀପକ ପୂଜାହାରୀ ଙ୍କ ସହିତ ନିର୍ବନ୍ଧ ସମୟ ର କିଛି ସ୍ମୃତି ଶେୟାର କରିଥିଲେ I

ତପୁ ଙ୍କ ବିବାହ ରେ ଓଡ଼ିଆ ସିନେ ଜଗତର ବହୁ ନାମୀ ଦାମୀ କଳାକାର ଉପସ୍ଥିତ ରହି ଶୁଭକାମନା ଜଣାଇଥିଲେ I ରକତ ଚିହିଁଚି ନିଜର କିଏ ଠୁ ଆରମ୍ଭ କରି ପାଖାପାଖି 50ରୁ ଉର୍ଦ୍ଧ ଚଳଚିତ୍ର ରେ ନିଜର କଣ୍ଠ ଦାନ କରିଛନ୍ତି ତପୁ ମିଶ୍ର I ଏକ ରିଅଲିଟି ସୋ ରେ ସଂଗୀତ ବିଚାରପତି ଭାବରେ ମଧ୍ୟ ତପୁ ଙ୍କୁ ଦେଖିବାକୁ ମିଳିଥିଲା I

ଦୀପକ ଜଣେ ବିଜିନେସ ମ୍ୟାନ ହେଇଥିଲେ ମଧ୍ୟ ବିଭିର୍ଣ୍ଣ ବିଜ୍ଞାପନ ,ସମ୍ବଲପୁରୀ ଭିଡିଓ ରେ ପୂର୍ବରୁ ଅଭିନୟ କରିଥିବା ବେଳେ ଏକ ଚଳଚିତ୍ର ରେ ମଧ୍ୟ ଅଭିନୟ କରିଥିଲେ ଯାହାର ଟାଇଟଲ ସଙ୍ଗ ଗାଇଥିଲେ ତପୁ ମିଶ୍ର I

Leave a Reply

Your email address will not be published. Required fields are marked *