ତିନୋଟି ରାଜ୍ୟରେ କଂଗ୍ରେସ ର ବିଜୟ ପରେ ବଦଳିଲା ନବଙ୍କ ମୁଡ୍,କହିଲେ ବିଜେଡି ରେ ମିଶିବେନି ଅପପ୍ରଚାର ବନ୍ଦ କରନ୍ତୁ

କିଛିଦିନ ଧରି ରାଜ୍ୟ ରାଜନୀତି ରେ ଜୋରଦାର ଚର୍ଚ୍ଚା ହେଉଥିଲା କି କଂଗ୍ରେସ ର ବରିଷ୍ଟ ନେତା ତଥା ଝାରସୁଗୁଡା ବିଧାୟକ ନବ ଦାସ କଂଗ୍ରେସ ଛାଡ଼ିବେ ଏବଂ ବିଜେଡି ରେ ମିଶିବେ ବୋଲି ବି ଚର୍ଚ୍ଚା ହେଉଥିଲା I ଅବଶ୍ୟ ଏଇ ଚର୍ଚା କୁ ଖୋରାକ ଯୋଗେଇଥିଲେ ନିଜେ ନବ ବାବୁ I

ଏକ ବୈଠକ ରେ କର୍ମୀ ମାନଙ୍କୁ ପଚାରିଥିଲେ କି ମୁଁ ଯଦି ଦଳ ଛାଡେ ତମେ କଣ କରିବ ?? ୟା ପରେ ମଧ୍ୟ ନବ ଦାସ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଏକାଠି ଥିବାର କିଛି ଫଟ ଭାଇରଲ ହେଇଥିଲା I

ସେଇ ସମୟରେ ମଧ୍ୟ କଂଗ୍ରେସ ଛାଡି ,ନେତା ମାନେ ଦଳ ବଦଳ କରୁଥିଲେ ଏପରିକି ସଗରିଆ ମଧ୍ୟ ଦଳ ଛାଡିଥିଲେ ,ତେଣୁ ସ୍ୱାଭାବିକ ଚର୍ଚ୍ଚା ହେବା କଥା I ନିଜେ ନବ ମଧ୍ୟ ଚୁପ ରହିଥିଲେ ଏହାକୁ ଖଣ୍ଡନ ନକରି I ତେବେ ୟା ମଧ୍ୟରେ କଂଗ୍ରେସ ର ଏକ ଜନଜାଗରଣ ସଭା ପରେ ନବ ଙ୍କ ମୁଡ଼ ବଦଳିଥିବା ଜଣାପଡିଛି ଇକ ପ୍ରେସ ଵିଜ୍ଞପ୍ତି ଜରିଆରେ ଜଣାଇଛନ୍ତି କି

ତାଙ୍କ ନାମରେ ଅଯଥା ପ୍ରଚାର କରାଯାଉଛି ଯେ ସେ ବିଜେଡି ରେ ଯୋଗ ଦେବେ ଏହା ସମ୍ପୂର୍ଣ୍ଣ ମିଛ କଥା I ସେ କଂଗ୍ରେସରେ ଥିଲେ ଏବଂ ଅଛନ୍ତି କଂଗ୍ରେସ ଛାଡି ଅନ୍ୟ ଦଳରେ ମିଶିବା ର ସମ୍ଭାବନା ହିଁ ନାହିଁ I ବିଜେଡି ଦଳର ପତନ ଆରମ୍ଭ ହେବାକୁ ଯାଉଛି ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହା ବୁଡ଼ିଯିବ I ଶୁଣାଯାଉଛି 3ଟି ରାଜ୍ୟରେ କଂଗ୍ରେସ ର ବିଜୟ ପରେ ନବ ଙ୍କ ମୁଡ଼ ବଦଳିଯାଇଛି I

Leave a Reply

Your email address will not be published. Required fields are marked *