ରାଗିଗଲା ରୋବଟ ,ଶ୍ରମିକ ଙ୍କୁ ମାରିଦେବାକୁ ଦୌଡ଼ି ଯାଇ ଏକାଥରେ ଭୁଷିଦେଲା ୧୦ଟି ଷ୍ଟିଲ ରଡ଼୍

ଧୀରେ ଧୀରେ ସମୟ ବଦଳିବାରେ ଲାଗିଛି I ଆଧୁନିକ ଜ୍ଞାନକୌଶଳ ର ଦ୍ରୁତ ବ୍ୟବହାର ହେବାରେ ଲାଗିଛି I ମଣିଷ ସ୍ଥାନରେ କମ୍ପାନୀ ମାନଙ୍କରେ ବହୁଳ ପରିମାଣରେ ମେସିନ ବ୍ୟବହାର ହେଉଛି Iଏପରିକି ରୋବଟ ମଧ୍ୟ କାମ କରୁଛନ୍ତି I କାହିଁକିନା ଏହା ଦ୍ୱାରା ଅତି ସହଜ ଏବଂ ଖୁବ କମ ସମୟରେ ନିର୍ଧାରିତ କାର୍ଯ୍ୟ ହେଇଥାଏ I ରୋବଟ କୁ ନେଇ ଅନେକ ଚଳଚିତ୍ର ମଧ୍ୟ ହେଇଚି ଯେପରିକି ରଜନୀକାନ୍ତ ଙ୍କ “ରୋବଟ” I

ତେବେ ରୋବଟ ଯେ ମଣିଷ ର ସ୍ଥାନ ନେଇପାରିବ ତାହା କଦାପି ସମ୍ଭବ ନୁହେଁ ବରଂ ରୋବଟ ହିଁ ମଣିଷ ସମାଜ ପାଇଁ ଘାତକ ସାବ୍ୟସ୍ତ ହେବ ଯାହାର କି ଏକ ପ୍ରମାଣ ମିଳିଛି ଚାଇନା ରେ I ପ୍ରାପ୍ତ ଖବର ଅନୁଯାଇ ଚାଇନାରେ ଏକ ଫାକ୍ଟ୍ରି ରେ ରୋବଟ ମଣିଷ ଙ୍କ ସହିତ ମିଶି କାର୍ଯ୍ୟ କରେ I ଏହା ସମ୍ପୂର୍ଣ୍ଣ ଭାବେ ସ୍ୱୟଂ ଚାଳିତ ଅଟେ I

ତେବେ ହଠାତ କାମ କରୁଥିବା ସମୟରେ ରୋବଟ ଟି ନିଜର ନିୟନ୍ତ୍ରଣ ହରାଇ ବସିଥିଲା ଏବଂ କ୍ଷିପ୍ର ଗତିରେ 10ଟି ଷ୍ଟିଲ ରଡ଼ ନେଇ ଜଣେ କର୍ମଚାରୀ ଙ୍କ ଶରୀର ରେ ପୁରାଇଦେଇଥିଲା ଯାହାକି ଏକ କାର୍ଯ୍ୟରେ ଲାଗିବା କଥା I

କର୍ମଚାରୀ ଜଣଙ୍କ ଭୟରେ ଦୌଡ଼ି ଯାଇ ରକ୍ଷା ପାଇଥିଲେ ଏବଂ ଏବେ ହସ୍ପିଟାଲ ରେ ଭର୍ତି ହେଇଛନ୍ତି I ଅବସ୍ଥା ଗୁରୁତର ଅଛି କିନ୍ତୁ ରୋବଟ କୁ ଯେଉଁ ବିଶ୍ୱାସ ଭରଷା କରାଯାଉଥିଲା ତାହାକୁ ଆଉ ଥରେ ଭାବିବାକୁ ସମସ୍ତଙ୍କୁ ବାଧ୍ୟ କରିଛି ଏହି ଘଟଣା I

Leave a Reply

Your email address will not be published. Required fields are marked *