ନିମ୍ନ ମାନର କାମ କରି ରାସ୍ତାପାଇଁ ଆସିଥିବା ସବୁ ପଇସା ଚଳୁ କରିଦେଲେ ଠିକାଦାର

ଠିକାଦାର ଙ୍କ ଚାଲିଛି ମନମୁଖୀ ସାଶନ I ଯେତିକି ଟଙ୍କା ମିଳେ ରାସ୍ତା କାମ କରିବାକୁ ପ୍ରାୟତ ଅଧିକାଂଶ ସମୟରେ ଅଭିଯୋଗ ଆସେ କି ଠିକାଦାର ମାନେ କାମ ନକରି ପଇସା ଚଳୁ କରିଦେଇଥାନ୍ତି I ନିମ୍ନ ମାନର କାମ ସାରି ବିଲ ଦେଇ ଟଙ୍କା ହଡପ କରିଥାନ୍ତି I ଏମିତି ଏକ ଅଭିଯୋଗ ଆସିଛି କୋରେଇ ବ୍ଲକ ଅନ୍ତର୍ଗତ ବଡ଼ବିରୁହାଁ ପଞ୍ଚାୟତରେ I ମିଳିଥିବା ଖବର ଅନୁଯାଇ ବଡ଼ବିରୁହାଁ ରୁ ମିର୍ଜ୍ଜାପୁରର ୮ କି.ମି. ରାସ୍ତା କାମ ପାଇଁ ଟେଣ୍ଡର ଡକାଯାଇଥିଲା I ଯାହାକୁ କି ଜଣେ ଠିକାଦାର ନେଇଥିଲେ I କାର୍ଯ୍ୟର ପରିମାଣ ୫ଲକ୍ଷ ୩୫ ହଜାର ଟଙ୍କା ଥିବା ବେଳେ କାମ ନେଇଥିବା ଠିକାଦାର ଆରମ୍ଭରୁ ଅତି ନିମ୍ନ ମାନର କାର୍ଯ୍ୟ କରିଥିଲା ଯାହାକି କାର୍ଯ୍ୟ ସାରିବାର ପରଦିନ ରାସ୍ତାରୁ ପିଚୁ ଉଠିଯାଇଥିଲା I

ଏହାକୁ ନେଇ ଗାଁ ଲୋକେ ବିରୋଧ କରିବା ସହିତ ନାରାବାଜି ଦେବାରୁ ଶେଷରେ ଘଟଣା ବିଷୟରେ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଙ୍କ ନିକଟରେ ପହଁଚିଛି I ସମ୍ପୃକ୍ତ ଠିକାଦାର ଙ୍କ ବିଲ୍ କୁ ସ୍ଥଗିତ ରଖାଯାଇଥିବା ବେଳେ ପୁନର୍ବାର ଉର୍ଣ୍ଣତ ମାନର କାର୍ଯ୍ୟ କଲାପରେ ଟଙ୍କା ରିଲିଜ କରିବାକୁ କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି I

Leave a Reply

Your email address will not be published. Required fields are marked *