ମଧ୍ୟପ୍ରଦେଶ ପରେ ଛତିଶଗଡରେ ମଧ୍ୟ କୃଷି ଋଣ ଛାଡ କଲେ ମୁଖ୍ୟମନ୍ତ୍ରି ଭୁପେଶ ବାଘେଲ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ମାତ୍ର 2ଘଣ୍ଟାରେ ରାଜ୍ୟର 2ଲକ୍ଷ ପର୍ଯ୍ୟନ୍ତ ଋଣ କରିଥିବା ଚାଷୀଙ୍କର କୃଷିରୁଣ ଛାଡ କରି ଚର୍ଚାକୁ ଆସିଥିବା ବେଳେ ପୁଣିଥରେ ଜଲୱା ଦେଖାଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ I ବିଜେପି ଗଡ ରେ ରମଣ ଙ୍କୁ ପରାସ୍ତ କରିବା ପରେ କଂଗ୍ରେସ ଆସିବା ପରେ ଭୁପେଶ ବାଘେଲ ମୁଖ୍ୟମନ୍ତ୍ରୀ ହେଇଥିଲେ । ତେବେ ସେ ମଧ୍ୟ କମଲନାଥ ଙ୍କ ପରି ସରକାର ଗଠନ କରିବାର ମାତ୍ର ଅଳ୍ପ ସମୟ ପରେ ରାଜ୍ୟର କୃଷିରୁଣ ଛାଡ଼ କରିଥିଲେ I

ଏଥିରେ ସରକାର ଙ୍କୁ ପାଖାପାଖି 6100କୋଟି ର ବୋଝ ସହିବାକୁ ପଡିବ I ୧୬ ଲକ୍ଷ ୬୫ ହଜାରରୁ ଉର୍ଧ ଚାଷୀଙ୍କର ପ୍ରାୟତଃ ୬୧୦୦ ଋଣ ବାବଦ ଅର୍ଥ ଛାଡ଼ କରାଯାଇଛି । ଏହା ସହିତ ଧାନର ସହାୟକ ମୂଲ୍ୟ ମଧ୍ୟ ବଢ଼ାଇଦେଇଛନ୍ତି I ହାରାହାରି କ୍ୱିଣ୍ଟାଲ ପିଛା ୨୫୦୦ ଟଙ୍କା ରହିଛି I ଏହାପରେ ଚାରିଆଡେ ଏବେ କଂଗ୍ରେସ ର ଜୟଜୟକାର ପଡିବାରେ ଲାଗିଛି I

Leave a Reply

Your email address will not be published. Required fields are marked *