ଦୁନିଆ ର ସବୁଠାରୁ ଗର୍ବି,ଅହଂକାରୀ ଓ ଅଭଦ୍ର ଖେଳାଳୀ ହେଉଛନ୍ତି କୋହଲି: ନସିରୁଦ୍ଦିନ

କ୍ରିକେଟର ବିରାଟ କୋହଲି ଙ୍କୁ କିଛି ସପ୍ତାହ ପୂର୍ବରୁ ସୋସିଆଲ ମିଡ଼ିଆ ରେ ଟ୍ରୋଲ କରାଯାଇଥିଲା। କାହିଁକି ନା ସେ ଫ୍ୟନ୍ ଙ୍କୁ ଭାରତ ଛାଡି ଚାଲିଯିବାକୁ କହିଥିଲେ। ବିରାଟ ଏହି କଥା ଏକ ପ୍ରୋମୋସ୍ନାଲ୍ ଭିଡିଓ ରେ କହିଥିଲେ। ସେ କହିଥିଲେ କି ଯଦି ଯଦି ତାଙ୍କୁ ଭାରତୀୟ ଖେଳାଳି ଙ୍କ ତୁଳନାରେ ବିଦେଶୀ ଓ ଅଷ୍ଟ୍ରେଲିଆ କ୍ରିକେଟର ଅଧିକ ପସନ୍ଦ ତେବେ ସେମାନେ ଭାରତ ଛାଡି ଚାଲି ଯାଆନ୍ତୁ।

ସୋସିଆଲ ମିଡ଼ିଆ ପରେ ଲୋକମାନଙ୍କ ଆଲୋଚନା ପରେ ଏବେ ଅଭିନେତା ନାସିରୁଦ୍ଦିନ୍ ଶାହ ଏବେ ବିରାଟ ଙ୍କ ଉପରେ ବର୍ଷିଛନ୍ତି।
ନାସିରୁଦ୍ଦିଁନ୍ ନିଜ ଫେସବୁକ୍ ପୋଷ୍ଟ୍ ରେ କହିଛନ୍ତି ଯେ “ବିରାଟ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି ନୁହନ୍ତି, ବରଂ ସବୁଠାରୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଖେଳାଳି ମଧ୍ୟ।” ବଲିଉଡ୍ ର ଶ୍ରେଷ୍ଠ ଅଭିନେତା ନସିରୁଦ୍ଦିନ ଶାହ ଟିମ୍ ଇଣ୍ଡିଆ ର କ୍ୟାପଟେନ ବିରାଟ କୋହଲି ଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

କିଛି ଫ୍ୟାନ୍ ମାନେ ବିରାଟ କୋହଲି ଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ଭାରତୀୟ ଖେଳାଳି ଙ୍କ ଅପେକ୍ଷା ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି ଙ୍କୁ ପସନ୍ଦ କରନ୍ତି। ଆଉ ଏହି ପ୍ରଶ୍ନ ରେ ଅଧିକ ରହିଯାଇଥିଲେ କୋହଲି। ଅଷ୍ଟ୍ରେଲିଆ ଦଳ ଅଧିନାୟକ ଦଳ ଟିମ୍ ପେନ୍ ଙ୍କ ସହ କୋହଲି ଚଳିତ ପର୍ଥ ଟେଷ୍ଟ ରେ ବାକ୍ୟ ବିନିମୟ ବିବାଦ ରେ ପଡ଼ିବା ଫଳରେ ନଶିରୁଦ୍ଦିନ୍ ଏଭଳି ମନ୍ତବ୍ୟ ଦେଇଛନ୍ତି। କୋହଲି ଙ୍କୁ ପ୍ରଶଂସକ ଙ୍କ ସମର୍ଥନ ମିଳିଛି। ସେମାନେ ନସିରୁଦ୍ଦିନ୍ ଙ୍କୁ ଗାଳି କରିଛନ୍ତି।

Leave a Reply

Your email address will not be published. Required fields are marked *