ଫେସବୁକ ରେ ଓଡ଼ିଶାର ସବୁଠୁ ଅଧିକ ଲୋକପ୍ରିୟ ନେତା କିଏ ?? ଦେଖନ୍ତୁ କେଉଁ ନେତାଙ୍କର କେତେ ଫଲୋୟର

ନେତାମାନଙ୍କୁ ସାଧାରଣତଃ ଭଗବାନ ଭାବେ ଜନସାଧାରଣ ମାନିଥାନ୍ତି I ନେତାମାନେ ସେଥିପାଇଁ ଅଧିକ ଲୋକପ୍ରିୟ ମଧ୍ୟ I ତେବେ ଏବେ ଚାଲିଛି ସୋସିଆଲ ମିଡ଼ିଆର ଯୁଗ ,ଅର୍ଥାତ ସବୁ ନେତା ପ୍ରାୟତ ସୋସିଆଲ ମିଡିଆରେ ନିଜ ସମର୍ଥକ ମାନଙ୍କ ସହିତ ଯୋଡି ହେବାକୁ ପସନ୍ଦ କରୁଛନ୍ତି I ନିଜର ଲୋକପ୍ରିୟ ନେତାଙ୍କୁ ମଧ୍ୟ ସୋସିଆଲ ମିଡିଆରେ ପାଇବା ମାତ୍ରେ ସମର୍ଥକ ମାନେ ଫଲୋ,ଲାଇକ କମେଣ୍ଟସ କରନ୍ତି I ତେବେ ସୋସିଆଲ ମିଡ଼ିଆର ସବୁଠୁ ପ୍ରଥମ ପସନ୍ଦ ଥିବା ଫେସବୁକ ରେ ଆମ ପ୍ରିୟ ନେତା ମାନେ କେତେ ଲୋକପ୍ରିୟ ତାହାକୁ ଗୋପାଳ ଚନ୍ଦ୍ର ଙ୍କର ନେଇ ଏଇ ବିଶେଷ ଉପସ୍ଥାପନା I

ପ୍ରାୟତ ଓଡ଼ିଶାର ସମସ୍ତ ଲୋକପ୍ରିୟ ନେତା ଫେସବୁକ ରେ ନିଜର ପ୍ରୋଫାଇଲ ବା ଫ୍ୟାନ ପେଜ୍ କରିଛନ୍ତି ତେବେ ଚାଲନ୍ତୁ ଜାଣିବା କେଉଁ ନେତାଙ୍କର କେତେ ସମର୍ଥକ I ଫେସବୁକ ର ଫଲୋୟର ଅନୁଯାଇ ସର୍ବପ୍ରଥମେ ଆସିବେ ବୈଜୟନ୍ତ ପଣ୍ଡା, ତାଙ୍କର 19ଲକ୍ଷ 47ହଜାର ଫଲୋୟର ଅଛନ୍ତି I

ଦ୍ୱିତୀୟରେ ଆସିବେ ଓଡିଶା ବିଜେପି ର ମୁଖ୍ୟମନ୍ତ୍ରୀ ପ୍ରାଥୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର 10 ଲକ୍ଷ ଫଲୋୟର ଅଛନ୍ତି I

ତୃତୀୟ ରେ ବିଜେଡି ସାଂସଦ ତଥା କୀଟ ବିଶ୍ୱବିଦ୍ୟାଳୟ ନିର୍ମାତା ଅଚ୍ୟୁତ ସାମନ୍ତ ତାଙ୍କର 8ଲକ୍ଷ 80ହଜାର ଫଲୋୟର ଅଛନ୍ତି I ଏହାପରେ ଚତୁର୍ଥ ସ୍ଥାନରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଙ୍କର 7ଲକ୍ଷ 71ହଜାର ଫଲୋୟର ଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରହିଛନ୍ତି ପଞ୍ଚମ ସ୍ଥାନରେ I

ମୁଖ୍ୟମନ୍ତ୍ରୀ ଙ୍କର ଦୁଇଟି ପେଜ୍ ଥିବାବେଳେ ଗୋଟିକରେ ନବୀନ ପଟନାୟକ ରେ 4ଲକ୍ଷ 12ହଜାର ଏବଂ ଅନ୍ୟଟିରେ ସିଏମଓ ଓଡ଼ିଶାରେ 1ଲକ୍ଷ 15ହଜାର ଫଲୋୟର ଅଛନ୍ତି Iଏହା ସହିତ ଚାଲନ୍ତୁ ଜାଣିବା ଅନ୍ୟ ଲୋକପ୍ରିୟ ନେତାମାନଙ୍କର ଫେସବୁକ ରେ କେତେ ଫଲୋୟର ଅଛନ୍ତି I

ବିଜେଡି :ଲୋକପ୍ରିୟ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି 1ଲକ୍ଷ 69 ହଜାର ,ସାଂସଦ ଶୀର୍ଦ୍ଧାନ୍ତ ମହାପାତ୍ର 1ଲକ୍ଷ 47ହଜାର ,ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ 91183,ସାଂସଦ ସୌମ୍ୟ ପଟନାୟକ 31707,ଦେବୀ ମିଶ୍ର 15819,ଯୁବ ନେତା ଅରୁଣ ସାହୁ 11200,ଅତନୁ ସବ୍ୟସାଚୀ 12704,ଯୁବ ନେତା ପ୍ରଣବ ଦାସ 9557,ସାମ୍ବାଦିକ ତଥା ମୁଖପାତ୍ର ସତ୍ୟଜିତ ବିମଲ ମିଶ୍ର 9158,ବଦ୍ରି ନାରାୟଣ ପାତ୍ର 8753, ପ୍ରଦୀପ ମହାରଥୀ 7569,ସୁଶାନ୍ତ ସିଂ 7417,ସଞ୍ଜୟ ଦାସ ବର୍ମା 7000 ,ସାଂସଦ ତଥାଗତ ଶତପଥୀ 3118, ପ୍ରସନ୍ନ ଆଚାର୍ଯ୍ୟ 1828 ଫଲୋୟର ଅଛନ୍ତି ଅଛନ୍ତି I
ବିଜେପି :କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ 1ଲକ୍ଷ 28ହଜାର ,ଲେଖାଶ୍ରୀ ସାମନ୍ତସିଂହାର 99866,

କନକ ବର୍ଦ୍ଧନ ସିଂହଦେଓ 74462,ବସନ୍ତ ପଣ୍ଡା 25452,ସଜ୍ଜନ ଶର୍ମା 8614 ଫଲୋୟର ଅଛନ୍ତି ଅଛନ୍ତି I
କଂଗ୍ରେସ:କଂଗ୍ରେସ ପିସିସି ମୁଖିଆ ନିରଞ୍ଜନ ପଟନାୟକ : 1ଲକ୍ଷ 600 ,ଶ୍ରୀକାନ୍ତ ଜେନା :26249 ,ସତ୍ୟ ପ୍ରକାଶ ନାୟକ 10950 ,ପ୍ରସାଦ ହରିଚନ୍ଦନ 8700 ,ନରସିଂହ ମିଶ୍ର 2572 ଫଲୋୟର ଅଛନ୍ତି Iଏହା ଛଡା ସବୁବେଳେ ଚର୍ଚ୍ଚାରେ ଥିବା ଦାମୋଦର ରାଉତ 1ଲକ୍ଷ 61ହଜାର ,ଖାରବେଳ ସ୍ୱାଇଁ 22598,ବିଜୟ ମହାପାତ୍ର 16110,ନଵୀନ ନନ୍ଦ 11063 ଫଲୋୟର ଅଛନ୍ତି ଅଛନ୍ତି I

ଏହା 18 ଡିସେମ୍ବର 2018 ପର୍ଯ୍ୟନ୍ତ ହେଇଥିବା ସର୍ଭେ ରିପୋର୍ଟ I ଯଦି କୌଣସି ତ୍ରୁଟି ଆପଣଙ୍କ ନଜରକୁ ଆସେ ଆମକୁ ଜଣାଇଲେ ସଂଶୋଧନ କରାଯିବାକୁ ବିହିତ ପଦକ୍ଷେପ ଗ୍ରହଣ କରାଯିବ I Copyright @OdishaExclusive -2018

2 Comments on “ଫେସବୁକ ରେ ଓଡ଼ିଶାର ସବୁଠୁ ଅଧିକ ଲୋକପ୍ରିୟ ନେତା କିଏ ?? ଦେଖନ୍ତୁ କେଉଁ ନେତାଙ୍କର କେତେ ଫଲୋୟର”

Leave a Reply

Your email address will not be published. Required fields are marked *