ଭଦ୍ରକ ଶ୍ରୀ ଜଗନ୍ନାଥ ମନ୍ଦିର ରୁ ଆକସ୍ମିକ ଭାବେ ପୋଡ଼ିଗଲେ ଦିଅଁ :କଣ ସଂକେତ ଦେବାକୁ ଚାଁହୁଛି କାଳିଆ ??

Lସମସ୍ତଙ୍କ ମନରେ ସେ ରହିଛି ସେଥିପାଇଁ ତ ତାକୁ ସମସ୍ତଙ୍କର ଏପରି ଏତେ ଭଲପାଇବା ଶ୍ରଦ୍ଧା I ବଡ଼ଦେଉଳ ରେ ସିନା ସିଏ ବସିଛି ତାକୁ ଦର୍ଶନ ପାଇଁ ସବୁ ଓଡ଼ିଆ ନିଜ ଅଞ୍ଚଳ ରେ ତା ପ୍ରତିମୁର୍ତି ସ୍ଥାପନ କରି ମନ୍ଦିର ରେ ପୂଜା କରେ I କୁହାଯାଏ ଯଦି କିଛି ଖରାପ ସଂକେତ ଆସେ ବହୁ ପୂର୍ବରୁ କାଳିଆ ସଂକେତ ଦେଇଥାଏ I ତେବେ ଭଦ୍ରକ ରେ ଏବେ ଏମିତି ଏକ ଖରାପ ସଂକେତ କୁ ନେଇକି ସାରା ଜିଲ୍ଲାରେ ଚର୍ଚ୍ଚା ଧରିଛି I ମନ୍ଦିର ଭିତରେ ବିଗ୍ରହ ଙ୍କର ମୂର୍ତି ପୋଡ଼ିଯାଇଛି I ଘଟଣାଟି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସରପଦା ଗ୍ରାମର

I ପ୍ରାପ୍ତ ଖବର ଅନୁଯାଇ ରବିବାର ହଠାତ କୌଣସି କାରଣରୁ ନିଆଁ ଲାଗି ଠାକୁର ଙ୍କ ପାଖରେ ଥିବା ଖଟୁଲି ପୋଡି ଦିଅଙ୍କ ଶରୀର ମଧ୍ୟ ପୋଡି ଯାଇଛି I ଯାହାକୁ ନେଇ ସ୍ଥାନୀୟ ଅଂଚଳ ରେ ଭୟଭୀତ ହେବା ସହିତ ଏହା କୌଣସି ଏକ ଅଘଟଣ ଘଟିବାର ପୂର୍ବ ସଂକେତ ବୋଲି ପୁରୁଖା ଲୋକମାନେ ଆଲୋଚନା କରୁଛନ୍ତି I

ଏପରିକି ଗ୍ରାମରେ କୌଣସି ଘରେ ରୋଷେଇବାସ ହେଉନି କି ରନ୍ଧାବଢ଼ା ମଧ୍ୟ ହେଉନି I

Leave a Reply

Your email address will not be published. Required fields are marked *