କର୍ମୀ ଙ୍କ ଉପରେ ରାଗିଗଲେ ଅପରାଜିତା :ଲାଜ ଲାଗୁନି ବାରମ୍ବାର ହାରୁଛ ?? ଜିତାଇବାକୁଚେଷ୍ଟା କର ନହେଲେ ଦଳ ଛାଡ଼

11ବର୍ଷର ଚାକିରୀ କାଳର ଉଞ୍ଚ ପଦବୀ ଛାଡି ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟରେ ପ୍ରେରଣା ପାଇଁ ବିଜେପି ରେ ଯୋଗ ଦେଇଥିବା ଅପରାଜିତା ଷଡ଼ଙ୍ଗୀ ଙ୍କୁ ନେଇ ରାଜ୍ୟରାଜନୀତି ସରଗରମ ହେଉଥିବା ବେଳେ ଚର୍ଚ୍ଚା ରେ ଅଛନ୍ତି ଶ୍ରୀମତୀ ଷଡ଼ଙ୍ଗୀ I କେହି କେହି ତାଙ୍କୁ ଧର୍ମେନ୍ଦ୍ର ଙ୍କ ମୁଖ୍ୟ ପ୍ରତିଦ୍ବନ୍ଦୀ କହୁଥିବା ବେଳେ ଏହାକୁ ସିଧାସଳଖ ଖଣ୍ଡନ ମଧ୍ୟ କରିଛନ୍ତି ଅପରାଜିତା ,ଧର୍ମେନ୍ଦ୍ର ଙ୍କୁ ସେ ବହୁତ ଭକ୍ତି ଏବଂ ଆଦର୍ଶ ମାନନ୍ତି ସେ ରାଜନୀତି ରେ ସମ୍ପୂର୍ଣ୍ଣ ନୂଆ I

ତେବେ ଅପରାଜିତା ଙ୍କ ଯୋଗଦାନ ପରେ ବିଭିର୍ଣ୍ଣ ଅଂଚଳ ବୁଲି କର୍ମୀମାନଙ୍କ ସହିତ ମିସୁଛନ୍ତି ଏବଂ ଆଗାମୀ ରାଜନୀତି ପାଇଁ ରଣକୌଶଳ ପ୍ରସ୍ତୁତ କରୁଛନ୍ତି I ତେବେ ଏହି ପରିପ୍ରେକ୍ଷୀରେ ଅପରାଜିତା ଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି I ଯେଉଁଥିରେ କର୍ମୀ ମାନଙ୍କ ଉପରେ ରାଗିଯାଇଛନ୍ତି ଏବଂ ଗୁରୁମନ୍ତ୍ର ମଧ୍ୟ ଦେଉଛନ୍ତି I କାହିଁକି ଏ ଗୋଷ୍ଠୀ ର ସେ ଗୋଷ୍ଠୀ ର କହୁଛ ,ବିଜେପି କର୍ମୀ ଭାବରେ ଯିଏ ଛିଡା ହେଉଛନ୍ତି ନିଜର ପ୍ରାଣପ୍ରଣେ ଜିତାଇବାକୁ ଚେଷ୍ଟା କର ଯଦି ପାରିବନି ତାହେଲେ ଏବେଠୁ ଦଳ ଛାଡିଦେବାକୁ ଚିନ୍ତା କର I

ଏତିକି ନୁହେଁ ଆହୁରି ମଧ୍ୟ ତାଗିଦ କରିଥିଲେ ଟିକେ ଲାଜ ଲାଗୁନି ବାରମ୍ବାର ହାରିବାକୁ ?ଜିତିବାକୁ ଚେଷ୍ଟା କର I ତେବେ ଅପରାଜିତା ଙ୍କ ଏହି ଅନୂସାଶନ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *