ଚାଲିଛି ଆଇ ପି ଏଲ ର ନିଲାମୀ:ବିକ୍ରି ହେଲେନି ଯୁବରାଜ ସିଂ

ଇଣ୍ଡିଆନ୍ ପ୍ରୀମିଅର ଲିଗର ଦ୍ଵାଦଶ ତମ ସଂସ୍କରଣ ପାଇଁ ଆଜି ଅପରାହ୍ନରେ ଆରମ୍ଭ ହୋଇଛି ନିଲାମୀ ପ୍ରକ୍ରିୟା। ଆଇପିଏଲ ଲିଗ୍ ର ଦ୍ଵାଦଶ ତମ ସଂସ୍କରଣ ୨୦୧୯ ପାଇଁ ନିଲାମି ସୂଚୀରେ ଅନେକ ନାମୀ ଦାମୀ କ୍ରିକେଟ୍ ତାରକାଙ୍କ ନାମ ରହିଛି।ତେବେ ଆଜି ନିଲାମି ପ୍ରକ୍ରିୟାରେ ୩୫୧ ଖେଳାଳିଙ୍କ ମଧ୍ୟରୁ ପ୍ରଥମ ନାମ ରହିଥିଲା ଭାରତୀୟ ଖେଳାଳି ମନୋଜ ତିୱାରୀ।

ଆଇପିଏଲ ନିଲାମି ପୂର୍ବରୁ ଚର୍ଚ୍ଚାରେ ରହିଥିଲେ ଯୁବରାଜ ସିଂହ।

କେଉଁ ଦଳ ତାଙ୍କୁ କିଣୁଛି ତାହା ଉପରେ ରହିଥିଲା ସମସ୍ତଙ୍କ ନଜର।କିନ୍ତୁ ନିଲାମ ର ପ୍ରଥମ ପର୍ଯ୍ୟାୟରେ ବିକ୍ରି ହୋଇନାହାନ୍ତି ଯୁବରାଜ।ସେହିପରି ଭାରତୀୟ କ୍ରିକେଟ ତାରକା ଚେତେଶ୍ୱର୍ ପୂଜାରା , ନମନ୍ ଓଝା ଏବଂ ଚର୍ଚ୍ଚାରେ ରହିଥିବା ଯୁବରାଜ ସିଂହଙ୍କୁ ମଧ୍ୟ ନିଲାମ ପ୍ରକ୍ରିୟା ପ୍ରଥମ ପର୍ଯ୍ୟାୟ ରେ ବିକ୍ରି ହୋଇ ନାହାନ୍ତି।ସେହିପରି ବିଦେଶୀ ଖେଳାଳି ଙ୍କ ମଧ୍ୟରେ ଆଲେକ୍ସ୍ ହେଲ୍ସ, ବ୍ରେଣ୍ଡନ୍ ମ୍ୟାକ୍କୁଲମ୍ ,ମାର୍ଟିନ ଗୁପ୍ତିଲ୍, କ୍ରିଶ୍ ୱିକ୍ଷ,ମଧ୍ୟ ପ୍ରଥମ ପର୍ଯ୍ୟୟରେ ବିକ୍ରି ହୋଇ ନାହାନ୍ତି।

ସେପଟେ ୮ କୋଟି ୪୦ ଲକ୍ଷ ଟଙ୍କାରେ ଜୟଦେବ ଉନାଦକ୍ ଙ୍କୁ କିଣିଛି ରାଜସ୍ଥାନ ରୟାଲ।ସେହିପରି ପୁଣି ମୁମ୍ବାଇ ପକ୍ଷ ରୁ ଜଲବା ଦେଖାଇବ ମାଲି଼ଙ୍ଗା।୨ କୋଟି ଟଙ୍କାରେ ଲସିତ୍ ମାଲି଼ଙ୍ଗା କୁ କିଣିଛି ମୁମ୍ବାଇ ଇଣ୍ଡିଆନ। ନିଲାମି ପ୍ରକ୍ରିୟାର ପ୍ରଥମ ଭାରତୀୟ ଖେଳାଳି ଭାବେ ବିକ୍ରି ହୋଇଥିଲେ ହନୁମା ବିହାରୀ।୨ କୋଟି ଟଙ୍କାରେ ତାଙ୍କୁ କିଣିଛି ଦିଲ୍ଲୀ କ୍ୟାପିଟାଲ।ସେହିପରି ଅକ୍ଷର ପାଟିଲଙ୍କୁ ୫ କୋଟି ଟଙ୍କାରେ କିଣିଛି ଦିଲ୍ଲୀ।

Leave a Reply

Your email address will not be published. Required fields are marked *